ପିତୃ ଦିବସ ପାଳନ ପଛରେ ରହିଛି କିଛି ଏଭଳି ରୋଚକ ଇତିହାସ

ପିତୃ ଦିବସ ପାଳନ ପଛରେ ରହିଛି କିଛି ଏଭଳି ରୋଚକ ଇତିହାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମା’-ବାପାଙ୍କ ପାଇଁ ପିଲାମାନେ ଯେମିତି ସବୁ କିଛି ହୋଇଥାନ୍ତି। ମାବାପାଙ୍କ ବିନା ସନ୍ତାନର ଦୁନିଆ ଅନ୍ଧାର ହୋଇଥାଏ। ସେମାନଙ୍କ ବିନା ପଦଟିଏ ଆଗକୁ ବଢିବା କଷ୍ଟକର ହୋଇ ପଡେ। ତେବେ ଅନ୍ୟାନ୍ୟ ଉତ୍ସବ ପରି ପ୍ରତିବର୍ଷ ମେ ୧୦ ରେ ମାତୃ ଦିବସ ଅର୍ଥାତ୍ ମଦରସ ଡେ ପାଳିତ ହେଉଥିବା ବେଳେ ଜୁନ୍ ତୃତୀୟ ରବିବାର ଦିନ ପିତୃ ଦିବସ ଅର୍ଥାତ ଫାଦର୍ସ ଡେ ପାଳନ କରାଯାଏ। ମା’ ପରି, ଆମ ଜୀବନରେ ପିତାଙ୍କ ଗୁରୁତ୍ୱ ମଧ୍ୟ ଅବର୍ଣ୍ଣନୀୟ । ମା’ ମାଟି ହେଲେ ପିତା ପବନ ପରି ଆମ ଜୀବନରେ ହୋଇଥାନ୍ତି। ଏହି କାରଣରୁ ଆମେ ପ୍ରତିବର୍ଷ ମାତୃ ଦିବସ ପାଳନ କରୁ, ସେହିପରି ପିତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରରେ ପିତୃ ଦିବସ ପାଳନ କରାଯାଏ। ପିଲାମାନଙ୍କ ଜୀବନରେ ପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିତାମାନେ ସେମାନଙ୍କର ପିଲାମାନଙ୍କ ପାଇଁ ସବୁଠୁ ବଡ ସୁରକ୍ଷା ପାଚେରୀ ହୋଇଥାନ୍ତି। ତାଙ୍କର ପୃଷ୍ଠପୋଷକତା ପିଲାମାନଙ୍କୁ ନିରାପଦ କରିଥାଏ
ଚଳିତ ବର୍ଷ ପିତୃ ଦିବସ ଜୁନ୍ ୨୦ ତାରିଖରେ ପାଳନ କରାଯିବ। ପିତା ପ୍ରତ୍ୟେକ ପିଲାଙ୍କ ପାଇଁ ସୁପରହିରୋ ଅଟନ୍ତି। ଏହି କାରଣରୁ ପିଲାମାନେ ଏହି ଦିନଟିକୁ ଏକ ବିଶେଷ ଢ଼ଙ୍ଗରେ ପାଳନ କରନ୍ତି। କେହି କେହି ନିଜ ପିତାଙ୍କ ସହିତ ସମୟ ବିତାଇ ଏହି ଦିନଟିକୁ ପାଳନ କରୁଥିବାବେଳେ ଆଉ କେହି କେହି ଏହି ବିଶେଷ ଉତ୍ସବରେ ପିତାଙ୍କୁ କେକ୍ କାଟି, ଉପହାର ଦେଇ ପାଳନ କରନ୍ତି। ଏହି ବିଶେଷ ଦିନରେ କିଛି ଲୋକ ନିଜ ପିତାଙ୍କ ସହ ବୁଲିବା ପାଇଁ କାର୍ଯ୍ୟକ୍ରମ ମଧ୍ୟ କରନ୍ତି। କିନ୍ତୁ ଏଥର କରୋନ ମହାମାରୀକୁ ଦୃଷ୍ଟିରେ ରଖି ଯଥାସମ୍ଭ ଘରେ ପାଳନ କରାଯିବ।
ତେବେ ପିତୃ ଦିବସ କାହିଁକି କେବେଠାରୁ ପାଳନ କରାଯାଏ ସେ ବିଷୟରେ ଜାଣନ୍ତି କି? ପିତୃ ଦିବସର ଇତିହାସ ଅତ୍ୟନ୍ତ ରୋଚକ ରହିଛି। ତେବେ ପିତୃ ଦିବସ ପାଳନ ନେଇ ଐତିହାସିକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି। କେହି କେହି କୁହନ୍ତି ଯେ ୧୯୦୭ ମସିହାରେ ଭର୍ଜିନିଆରେ ପିତୃ ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏଥି ସହିତ, କେତେକ ଲୋକ ବିଶ୍ୱାସ କରନ୍ତି ଯେ ୧୯ ଜୁନ୍ ୧୯୧୦ ରେ ୱାଶିଂଟନରେ ପିତୃ ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏଥି ସହିତ, କୁହାଯାଏ ଯେ ୧୯୨୪ ମସିହାରେ ଆମେରିକାର ରାଷ୍ଟ୍ରପତି କଲଭିନ କୋଲି ପିତୃ ଦିବସ ପାଇଁ ତାଙ୍କ ସମ୍ମତି ପ୍ରଦାନ କରିଥିଲେ। ଏହା ପରେ, ୧୯୬୬ ମସିହାରେ, ରାଷ୍ଟ୍ରପତି ଲିଣ୍ଡନ୍ ଜନସନ ଜୁନ୍ ତୃତୀୟ ରବିବାରରେ ପିତାଙ୍କ ଦିବସ ପାଳନ କରିବା ନେଇ ସରକାରୀ ଭାବେ ଘୋଷଣା କରିଥିଲେ। ସେବେଠାରୁ ଏହା ଜୁନ୍ ତୃତୀୟ ରବିବାର ଦିନ ପାଳନ କରାଯାଉଛି। ତେବେ ଏଥର ପିତୃ ଦିବସ ରେ ଆପଣଙ୍କ ପିତାଙ୍କ ପାଇଁ କିଛି ସ୍ପେଶିଆଲ୍ କରିବାକୁ ଚେଷ୍ଟା କରନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: