‘ପ୍ରଧାନ’ ପ୍ରସଙ୍ଗ ଉଠାଇ ପ୍ରାଇମ୍ ଟାଇମରେ ‘ପ୍ରଧାନ’ଙ୍କୁ ଟାର୍ଗେଟ କରି ‘ପ୍ରଧାନ’ଙ୍କୁ NDTVର ଭର୍ତ୍ସନା

‘ପ୍ରଧାନ’ ପ୍ରସଙ୍ଗ ଉଠାଇ ପ୍ରାଇମ୍ ଟାଇମରେ ‘ପ୍ରଧାନ’ଙ୍କୁ ଟାର୍ଗେଟ କରି ‘ପ୍ରଧାନ’ଙ୍କୁ NDTVର ଭର୍ତ୍ସନା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ(ସମ୍ପାଦକୀୟ):  ଦେଶର ଲୋକପ୍ରିୟ ନିର୍ଭିକ, ବେବାକ ସାମ୍ବାଦିକ ରବୀଶ କୁମାର ନିଜ ପ୍ରାଇମ ଟାଇମ୍ ସୋ’ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ମନ୍ତ୍ରାଳୟ ସର୍ବୋପରୀ କେନ୍ଦ୍ର ସରକାରଙ୍କ ନୀତି ଓ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଦେଶର ପ୍ରଧାନ ସେବକ(Prime Minister Of India, Narendra Modi)ଙ୍କ ସରକାର ଉପର ପ୍ରଶ୍ନ କରିବା ଜନହିତ ଦୃଷ୍ଟିରୁ ସମାଲୋଚନା କରି ବେଶ୍ ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି ରବୀଶ କୁମାର । ବର୍ତ୍ତମାନ ରବିଶ କୁମାରଙ୍କ ସୋ’ରେ ତୈଳ ଦରରେ ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ପ୍ରାଇମ ଟାଇମରେ ଉପସ୍ଥାପନ କରି ପେଟ୍ରୋଲିୟମ ମନ୍ତ୍ରାଳୟ ଓ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷମୂଳକ ସମାଲୋଚନା କରି ପ୍ରଶ୍ନବାଣ ମାରିଛନ୍ତି । ଲାଇଭ୍ ଟିଭି କାର୍ଯ୍ୟକ୍ରମରେ ଅନେକ  ବାର ସେ ‘ପ୍ରଧାନ’ ସମ୍ବୋଧନ କରିଛନ୍ତି । କେତେବେଳେ ‘ପ୍ରଧାନ’କୁ ସେ କାରଣ ପୁଣି କେତେବେଳେ ପ୍ରଧାନ (Union Minister Dharmendra Pradhan)ଙ୍କୁ ଇଶାରା କରିଛନ୍ତି ।

ରବିଶ ନିଜ ଅଧଘଣ୍ଟାର କାର୍ଯ୍ୟକ୍ରମର ଆରମ୍ଭରେ କୁହନ୍ତି ଯେ, ଭାରତ ର ପେଟ୍ରୋଲିୟମ ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯେବେ ବି ପେଟ୍ରୋଲ ଦର ବଢ଼େ ସେବେ ହାହାକାର ଶୁଭେ । ଏହାର ବହୁତ ଦିନ ପରେ ପ୍ରଧାନଙ୍କ ବୟାନ ଆସେ । ତାଙ୍କର ବୟାନର ପାର୍ଟନ ଏମିତି ଥାଏ ଯେ, ପେଟ୍ରୋଲ ଦର ବଢ଼ିବାର ପ୍ରଧାନ କାରଣର ଜଣାପଡ଼ିନଥାଏ । କେବଳ ଏତିକି ଜଣାପଡ଼ିଥାଏ ଯେ, ଏହା ପ୍ରଧାନଙ୍କ ବୟାନ ବା ପ୍ରତିକ୍ରିୟା । କେଉଁ କାରଣ ପ୍ରଧାନଅଟେ ତାହା ଜଣାପଡ଼ିନଥାଏ । ଆମେ ଚିନ୍ତା କଲୁ ଯେ, ପ୍ରଧାନ କାରଣର କାରଣ ଖୋଜାଯାଉ । ଯାହା ଫଳରେ ଆପଣ ଗର୍ବ କରିପାରିବେ ଯେ, ଶହେ ଟଙ୍କାରେ ଆପଣ କାହିଁକି ପେଟ୍ରୋଲ କିଣୁଛନ୍ତି । ପ୍ରଧାନଙ୍କ ବୟାନ ଦେଖିଲେ ଏହାର କ୍ରନୋଜଲିକୁ ଦେଖିଲେ କାରଣର ପ୍ରଧାନତାବୁଝିବାରେ ସହଜ ହେବ ।

ରବୀଶ କୁମାରଙ୍କ ପ୍ରାଇମ ଟାଇମର ଏହି ଶୋ ଦେଖନ୍ତୁ ଏବଂ ସେ କାହିଁକି ଏମିତି ଟାର୍ଗେଟ କରିଛନ୍ତି ବୁଝିବାକୁ ଚେଷ୍ଟା କରନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: