ମହିଳାଙ୍କ ସାର୍ଟ ବଟମ୍ ବାମ ପାର୍ଶ୍ବରେ କାହିଁକି  ?

ମହିଳାଙ୍କ ସାର୍ଟ ବଟମ୍ ବାମ ପାର୍ଶ୍ବରେ କାହିଁକି ?

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଯୁଗ ସହ ତାଳ ଦେଇ ବଦଳୁଛି ଲୋକଙ୍କ ପୋଷାକ ପରିଧାନର ରୁଚି । ଉଭୟ ପୁଅ ଓ ଝିଅ ପ୍ୟାଣ୍ଟ୍ ସାର୍ଟ ଏକା ପ୍ରକାରର ପିନ୍ଧନ୍ତି । ଝିଅ ମାନେ ପୁଅଙ୍କ ପରି ସାର୍ଟ ପିନ୍ଧୁଛନ୍ତି । ହେଲେ ଉଭୟଙ୍କ ସାର୍ଟରେ ଲାଗିଥିବା ବଟମ କିନ୍ତୁ ଭିନ୍ନ ଭିନ୍ନ ପାର୍ଶ୍ଵରେ ଲାଗିଥାଏ । ହୁଏତ ଏତକଥା ଆପଣ କେବେ ଲକ୍ଷ୍ୟ କରି ନଥିବେ ? ଯଦି ଆପଣ ଧ୍ୟାନ ଦେଇନାହାଁନ୍ତି, ତେବେ ଏବେ ଦେଖନ୍ତୁ । ବାସ୍ତବରେ ମହିଳା ସାର୍ଟରେ ଥିବା ବଟମ ବାମ ପାର୍ଶ୍ୱରେ ଥିବାବେଳେ ପୁରୁଷଙ୍କ ସାର୍ଟରେ ବଟମ ଡାହାଣ ପାର୍ଶ୍ୱରେ ଲାଗିଥାଏ । ତେବେ ଏଭଳି ଭିନ୍ନତା କଣ ପାଇଁ ଦେଖାଯାଏ ବର୍ତ୍ତମାନ ଆପଣ ଭାବୁଥିବେ। ଆଜି ଆମେ ଆପଣଙ୍କୁ ସାର୍ଟର ବଟମ ପାର୍ଶ୍ୱ ପରିବର୍ତ୍ତନ କରିବାର କାରଣ ବିଷୟରେ ଜଣାଇବୁ।

ମହିଳା ଏବଂ ପୁରୁଷଙ୍କ ସାର୍ଟର ବଟମ ଗୁଡିକ ଭିନ୍ନ ଭିନ୍ନ ପାର୍ଶ୍ୱରେ ରହିବାକୁ ନେଇ ଅନେକ ଯୁକ୍ତି ରହିଛି। ବଟମ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ପୁରୁଷମାନଙ୍କୁ ବାମ ହାତର ସାହାଯ୍ୟ ନେବାକୁ ପଡୁଥିବାରୁ ସେମାନଙ୍କର ସାର୍ଟର ଡାହାଣ ପାର୍ଶ୍ୱରେ ବଟମ ରହିଥାଏ । ଅନ୍ୟପକ୍ଷରେ ଏହି କାମ ମହିଳାମାନଙ୍କ ସହିତ ଓଲଟା ହୋଇଥିବାରୁ ମହିଳାଙ୍କ ପୋଷାକରେ ବାମ ପାର୍ଶ୍ୱରେ ବଟମ ରଖାଯାଇଥାଏ। କାରଣ ମହିଳା ମାନେ ବଟମ୍ ଖୋଳିବା ଓ ବନ୍ଦ କରିବା ପାଇଁ ଡାହାଣ ହାତର ସାହାଯ୍ୟ ନେଉଥିବାରୁ ସେମାନଙ୍କର ବଟମ୍ ବାମ ପାର୍ଶ୍ୱରେ ଲଗାଯାଇଥାଏ। ଏହାସହ ଏନେଇ ଆଉ ଗୋଟେ କଥା ମଧ୍ୟ ରହିଛି । ପୁରାତନ କାଳରେ ମହିଳାମାନେ ଘୋଡା ଚଳାଉଥିଲେ । ତେଣୁ ସେମାନେ ବାମ ପାର୍ଶ୍ୱରେ ବଟମ ଥିବା ପୋଷାକ ପିନ୍ଧୁଥିଲେ । କାରଣ ପବନରେ ସେମାନଙ୍କ ସାର୍ଟ ଖୋଲିବାର ଭୟ ରହୁନଥିଲା । ତେବେ ସେହି ଦିନଠାରୁ ଏହି ଧାରଣା ଅକ୍ଷୁର୍ଣ୍ଣ ରହି ଆସିଛି ଏବଂ ନିର୍ମାତାମାନେ ଏବେ ପର୍ଯ୍ୟନ୍ତ ସେହିପରି ସାର୍ଟ ତିଆରି କରୁଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ, ପୁରୁଷମାନେ ଡାହାଣ ହାତରେ ଖଣ୍ଡା ଧରିଥିବା ବେଳେ ମହିଳାମାନେ ବାମ ହାତରେ ସହଜରେ ନିଜ ପିଲାମାନଙ୍କୁ ଧରୁଥିଲେ। ତେଣୁ ଏଭଳି ପରିସ୍ଥିତିରେ ମହିଳାଙ୍କ ପୋଷାକରେ ବାମ ପାର୍ଶ୍ୱରେ ବଟମ ଲଗା ଯାଇଥିଲା ଓ ପୁରୁଷଙ୍କ ପୋଷାକରେ ଡାହାଣ ପାର୍ଶ୍ୱରେ ବଟମ ଲଗାଯାଉଥିଲା। ବାମ ପଟେ ମହିଳାଙ୍କ ପୋଷାକରେ ବଟମ୍ ଲଗା ଯିବା ଦ୍ଵାରା ସେମାନେ ଏହାକୁ ଡାହାଣ ହାତରେ ଖୋଲି ଶିଶୁକୁ ସହଜରେ ସ୍ତନ୍ୟପାନ କରାଇ ପାରିବେ।

ତେବେ ମହିଳା ଏବଂ ପୁରୁଷ ପୋଷାକର ଭିନ୍ନ ଭିନ୍ନ ପାର୍ଶ୍ୱରେ ଥିବା ବଟମ ବିଷୟରେ ଅନେକ ପ୍ରକାରର କାହାଣୀ ରହିଥିବା ବେଳେ ଗୋଟିଏ ଘଟଣା ନାପୋଲିଅନ୍ ବୋନାପାର୍ଟଙ୍କ ସହିତ ମଧ୍ୟ ଜଡିତ ବୋଲି ଜଣାପଡିଛି। ନେପୋଲିଅନ୍ ବୋନାପାର୍ଟ ତାଙ୍କ ସାର୍ଟ ଭିତରେ ନିଜର ଡାହାଣ ହାତ ରଖିବାକୁ ଭଲ ପାଉଥିଲେ। ସେମାନଙ୍କୁ ଦେଖି ଅନେକ ମହିଳା ତାଙ୍କ ପରି ହାତରଖି ଷ୍ଟାଇଲରେ ଚାଲିବାକୁ ଆରମ୍ଭ କଲେ। କୁହାଯାଏ ଯେ, ନେପୋଲିଅନ୍ ତାହା ଆଦୌ ପସନ୍ଦ କରୁନଥିଲେ। ଏହା ପରେ ସେ ଆଦେଶ ଦେଇଥିଲେ ଯେ ବର୍ତ୍ତମାନଠାରୁ ମହିଳାଙ୍କ ପୋଷାକରେ ଥିବା ବଟମ ଗୁଡ଼ିକ ଡାହାଣ ପରିବର୍ତ୍ତେ ବାମ ପଟେ ଲଗାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: