ମୃତକଙ୍କ ସହ ଏହି ଦେଶରେ ହୁଏ ବାହାଘର

ମୃତକଙ୍କ ସହ ଏହି ଦେଶରେ ହୁଏ ବାହାଘର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଛାଡପତ୍ର, ହତ୍ୟା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁଥିପାଇଁ ଭାରତ ସମେତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ନିୟମ ପ୍ରଣୟନ କରାଯାଇଛି । ଏମିତି ଅନେକ ଦେଶରେ ଏଭଳି କିଛି ନିୟମ ଅଛି, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ମରିଯାଇଥିବା ବ୍ୟକ୍ତି ସହ ଏହି ଦେଶରେ ବିବାହ କରିହେବ, ସେ ପୁଣି ଆଇନଗତ ଭାବରେ | ଘଟଣାଟି ୟୁରୋପୀୟ ଦେଶ ଫ୍ରାନ୍ସର |

 ଫ୍ରାନ୍ସରରେ ଏକ ନିୟମ ଅଛି, ଯେଉଁଥିରେ ଲୋକମାନେ ଜଣେ ମୃତ ବ୍ୟକ୍ତିଙ୍କୁ ବିବାହ କରିପାରିବେ | ଏହାର ବ୍ୟବସ୍ଥା ସିଭିଲ୍ କୋଡର ଧାରା ୧୭୧ରେ ଦିଆଯାଇଛି | ଏହି ପ୍ରକାର ବିବାହକୁ ନେକ୍ରୋଗାମି ବିବାହ କୁହାଯାଏ | ତେବେ ଏଭଳି ବିବାହ କରିବାକୁ  ଚାହୁଁଥିବା ଲୋକଙ୍କୁ ରାଷ୍ଟ୍ରପତିଙ୍କ ଅନୁମତି ନେବାକୁ ପଡିଥାଏ । ଏହି ବିବାହ ଏକ ସାଧାରଣ ବିବାହ ପରି ହୋଇଥାଏ | ଏହି ବିବାହ ସମସ୍ତ ରୀତିନୀତି ଅନୁଯାୟୀ କରାଯାଏ, କେବଳ ପାର୍ଥକ୍ୟ ହେଉଛି ବର- କନ୍ୟା ବଦଳରେ ମରିଯାଇଥିବା ଲୋକର ଫଟୋ ରହିଥାଏ | ମୃତ ବ୍ୟକ୍ତିଙ୍କୁ ବିବାହ କରିବାକୁ ହେଲେ ପ୍ରମାଣ କରିବାକୁ ପଡିଥାଏ ଯେ, ମୃତ୍ୟୁ ହୋଇଥିବା ବ୍ୟକ୍ତି କେବଳ ସେଇ ପୁଅ ବା ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ | ଏଥିପାଇଁ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ମତାମତ ନିଆଯାଇଥାଏ |

  ଏହି  ନିୟମ ଅନୁଯାୟୀ, ବିବାହିତ ବ୍ୟକ୍ତି କେବଳ ତାଙ୍କର ପରିଚୟ ପାଇପାରିବେ ହେଲେ ମୃତକଙ୍କ ସମ୍ପତ୍ତି ପାଇ ପାରିବେ ନାହିଁ । ଫ୍ରାନ୍ସ ବ୍ୟତୀତ ଦୁନିଆରେ ଆହୁରି ଅନେକ ଦେଶ ଅଛି, ଯେଉଁଠାରେ ମୃତ ବ୍ୟକ୍ତିଙ୍କୁ ବିବାହ କରିବାର ପରମ୍ପରା ଅଛି | ଦକ୍ଷିଣ କୋରିଆ, ଜାପାନ ଏବଂ ଚୀନ୍ ରେ ମଧ୍ୟ ଏହିପରି ଆଇନ ରହିଛି ।

କାହିଁକି ହେଲା ଏହି ନିୟମ ?

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ଯେଉଁ ମହିଳାମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ | ବିବାହ ପୂର୍ବରୁ ଶିଶୁର ପିତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ପିଲାମାନେ ପିତାଙ୍କ ନାମ ପାଇବା ପାଇଁ  ମହିଳାମାନେ ମୃତମାନଙ୍କୁ ବିବାହ କରିବା ଆରମ୍ଭ କରିଥିଲେ  | ତେବେ ଏହାକୁ ଏକ ପୋଲ ଦୁର୍ଘଟଣା ପରେ ଏହି ଆଇନରେ ପ୍ରଣୟନ କରାଯାଇଥିଲା। ବାସ୍ତବରେ ୧୯୫୯ ମସିହାରେ ଏକ ସେତୁ ଭୁଶୁଡ଼ି ପଡିଥିଲା | ଏହି ଦୁର୍ଘଟଣାରେ ୪୨୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଥିଲେ ଯିଏ କି କିଛି ଦିନ ପୂର୍ବରୁ ନିର୍ବନ୍ଧ କରିଥିଲେ | ଏହା ପରେ ନିର୍ବନ୍ଧ କରିଥିବା ମହିଳା ଜଣକ ମୃତ ବ୍ୟକ୍ତିଙ୍କୁ ବିବାହ କରିବାକୁ ସରକାରଙ୍କ ଅନୁମତି ମାଗିଥିଲେ। ସେହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଚାର୍ଲ୍ସ ଡି ଗଲ୍ ଥିଲେ | ତା’ପରେ ସରକାର ସେହି ମହିଳାଙ୍କୁ ବିବାହ କରିବାକୁ ଅନୁମତି ଦେଲେ ଏବଂ ଏହା ପରେ ଫ୍ରାନ୍ସର ନ୍ୟାସନାଲ ଆସେମ୍ବଲି ଏକ ଆଇନ ପ୍ରଣୟନ କଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: