ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚର୍ଚ୍ଚା, ଦୌଡ଼ର ସର୍ବାଗ୍ରେ ସୁରେଶ ମହାପାତ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତ ମାସ ଶେଷରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ତେଣୁ, ତାଙ୍କ ପରେ କିଏ ହେବେ ରାଜ୍ୟର ମୁଖ୍ୟ ଶାସନ ସଚିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଚର୍ଚ୍ଚାର ସର୍ବାଗ୍ରେ ଅଛନ୍ତି ୧୯୮୬ ବ୍ୟାଚ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି।

ରାଜ୍ୟର ଦ୍ୱିତୀୟ ବରିଷ୍ଠ ଆଇଏଏସ୍ ହେଉଛନ୍ତି ସୁରେଶ ମହାପାତ୍ର। ଯଦିଓ ସୁରେଶ ମହାପାତ୍ରଙ୍କ ଠାରୁ ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଉପେନ୍ଦ୍ର ସିଂ ସିନିୟର, ତଥାପି ବି ସେ କେନ୍ଦ୍ରରେ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ସଚିବ ଅଛନ୍ତି। ସୁରେଶ ମହାପାତ୍ର ୨୦୨୨ ଫେବ୍ରୁଆରୀରେ ଅବସର ନେବାକୁ ଥିବାବେଳେ ସିଂ ୨୦୨୨ ଅକ୍ଟୋବରରେ ଅବସର ନେବେ। ତେଣୁ, ସୁରେଶ ମହାପାତ୍ରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସେହିପରି ଅନ୍ୟ ଅଧିକାରୀଙ୍କ ମଧ୍ୟରେ ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ ରାଜେଶ ବର୍ମା, ଯିଏ କି କେନ୍ଦ୍ର ଡେପୁଟେସନରେ ଅଛନ୍ତି, ତାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ୨୦୧୯ରେ କେନ୍ଦ୍ର ଡେପୁଟେସନକୁ ଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ।

%d bloggers like this: