ପରୀ ହତ୍ୟା: ଏସଆଇଟି ତଦନ୍ତ ନିଷ୍କ୍ରିୟ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନୟାଗଡ଼ ପରୀ ହତ୍ୟା ମାମଲା। ଏସଆଇଟି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ-NCPCR। ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ନେଇ ସୁପାରିସ କରନ୍ତୁ ବୋଲି NCPCR ପରାମର୍ଶ ଦେଇଛନ୍ତି। ଏହାସହ ବର୍ତ୍ତମାନ ତଦନ୍ତରେ ତ୍ରୁଟି ଥିବା ନେଇ NCPCR ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ସରକାର ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି। ପରୀ ହତ୍ୟା ନେଇ NCPCRଙ୍କ ନିକଟରେ ଅଭିଯୋଗ କରିଥିଲେ ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ର।

%d bloggers like this: