ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ଆଉ ଏକ ସଫଳତା। ତାଙ୍କର ଓଡ଼ିଆ ସିନେମା ‘କାଲିର ଅତୀତ’ ୫୧ତମ ଗୋଆ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନିତ ହୋଇଛି। ଆଇଏଫ୍ଏଫ୍ଆଇ-୨୦୨୦ ଘୋଷଣା କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ପାନୋରମା ବିଭାଗରେ ଏହି ସିନେମା ମନୋନିତ ହୋଇଛି। ‘କାଲିର ଅତୀତ’ ହେଉଛି ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା। ତେବେ ଏହି ସିନେମାଟି ଅଚ୍ୟୁତାନନ୍ଦ ଦାସଙ୍କ କାହାଣୀ ଉପରେ ଆଧାରିତ। ଯାହାକି ଓଡ଼ିଶାର ପୂର୍ବ ଉପକୂଳରେ ଥିବା ସାତଭାୟା ଗାଁରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେଷିତ। ଏଠାରେ ଉଲ୍ଲେଖଯୋଗ୍ୟ, ସାତଭାୟା ଗାଁ ଆଜି ସମୁଦ୍ର ଗର୍ଭରେ ଲୀନ। ୨୦୦୫ ମସିହାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା।


Glad to announce that my Odia film Kalira Atita is among the 23 Feature films to be screened at the prestigious @IFFIGoa, thank you @MIB_India, @PrakashJavdekar sir. Feel so proud as an Odia to showcase a film from my homeland at such an elite platform 🙂🙏@CMO_Odisha https://t.co/GJWp3HOu8d pic.twitter.com/uTsry8L932
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) December 19, 2020