ବୋଝ ଉପରେ ନଳିତା ବିଡ଼ା, ପୁଣି ଆସୁଛି ମହାମାରୀ !

ବୋଝ ଉପରେ ନଳିତା ବିଡ଼ା, ପୁଣି ଆସୁଛି ମହାମାରୀ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ପାଇଁ ଆମେରିକା, ବ୍ରିଟେନ୍, ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ହାତ ଟେକି ଦେଇଛନ୍ତି । ଔଷଧ ନାହିଁ କି ଟିକା ବାହାରିନି । ମହାମାରୀରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକୁଛି ସାରା ଦୁନିଆ। ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ ପରବର୍ତ୍ତୀ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ମହାମାରୀ ସଂକ୍ରମଣ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ । ତାଙ୍କ କହିବାନୁସାରେ, ଏବେ ସମୟ ଆସିଛି ସବୁ ଦେଶ ପବ୍ଲିକ ହେଲଥ ଉପରେ ଅଧିକ ନିବେଶ କରିବା ଜରୁରୀ। ନହେଲେ କୋରୋନା ଭଳି ମହାମାରୀ ଆଶଙ୍କା ରହିଛି। ସେ କହିଛନ୍ତି, କୋରୋନା ୨୦୧୯ ଡିସେମ୍ବରରୁ ଆଜି ଭିତରେ ୨ କୋଟି ୭୧ ଜଣଙ୍କୁ ସଂକ୍ରମିତ କରିଛି । ପାଖାପାଖି ୯ ଲକ୍ଷ ଜୀବନ ନେଲାଣି । ଏବେ ବି ବହୁ ଦେଶ ଏହାର ଭୟାବହତା ଭୋଗୁଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ।

କୋରୋନା ଶେଷ ମହାମାରୀ ନୁହେଁ । ଏହାର ଅନ୍ତ ନାହିଁ । କିନ୍ତୁ ଆଉ ଗୋଟିଏ ମହାମାରୀ ସାରା ବିଶ୍ୱ ଉପରେ ହମଲା କରିବା ଆଗରୁ ପ୍ରାକ୍ ପ୍ରସ୍ତୁତିର ଆବଶ୍ୟକତା ଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପବ୍ଲିକ ହେଲଥ ଉପରେ ନିବେଶ କରିବା ଦିଗରେ ଗୁରୁତ୍ୱ ଦେଇଛି WHO। ତୁରନ୍ତ ଔଷଧ ଓ ଟିକା ବାହାର କରିବା ଏବଂ ବଜାରରେ ଉପଲବ୍ଧ କରାଇବା ବ୍ୟବସ୍ଥା କରିବା ଆବଶ୍ୟକ । ଏହାଦ୍ୱାରା ଆଗକୁ ଆସିବାକୁ ଥିବା ମହାମାରୀ ବ୍ୟାପିବା ଆଗରୁ ନିୟନ୍ତ୍ରଣ କରାଯାଇପାରିବ । ଅନ୍ୟପଟେ WHO ବିଶେଷଜ୍ଞ ସ୍ପଷ୍ଟ କରି ସାରିଛନ୍ତି ଯେ, ଚଳିତବର୍ଷ ଶେଷ ସୁଦ୍ଧା କରୋନାର କୌଣସି ଟିକା ଆସିବ ନାହିଁ । ଭ୍ୟାକସିନ୍ ବିକଶିତ କାମ ଜୋରସୋରରେ ଚାଲିଛି । ଆଗାମୀ ବର୍ଷ (୨୦୨୧) କରୋନା ଟିକା ଉପଲବ୍ଧ ହେବା ଅନୁମାନ କରାଯାଉଛି ।

%d bloggers like this: