ଶ୍ରମିକ ସ୍ପେଶାଲ ଟ୍ରେନ୍ ପାଇଁ ପୀୟୁଷଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଶ୍ରମିକ ସ୍ପେଶାଲ ଟ୍ରେନ୍ ପାଇଁ ପୀୟୁଷଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ପୁଣି ଥରେ ଚଳାଚଳ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁନର୍ବାର ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲୁ ପାଇଁ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡ଼ିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଶ୍ରମିକ ସ୍ପେଶାଲ୍ ଟ୍ରେନ ଚଳାଯାଉ । ଗଞ୍ଜାମ ଜିଲ୍ଲାର ଅନେକ ପ୍ରବାସୀ ଓଡ଼ିଆ ଗୁଜୁରାଟ ଓ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ଜୀବନ-ଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟ କ୍ଷେତ୍ରରେ ଯୋଗଦେବା ପାଇଁ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି । କୋରୋନା ଓ ଲକଡାଉନ ବେଳେ ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଶ୍ରମିକ ସ୍ପେଶାଲ୍ ଟ୍ରେନରେ ଓଡ଼ିଶା ଫେରିଥିଲେ। ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଲକଡାଉନ୍ ଉଠିବା ପରେ ସବୁକିଛି ସ୍ୱାଭାବିକ ସ୍ଥିତିକୁ ଫେରୁଛି । କାର୍ଯ୍ୟସ୍ଥଳୀକୁ ସମସ୍ତେ ଫେରୁଛନ୍ତି । ମୌସୁମୀ ପରିସ୍ଥିତି ଓ ସଡ଼କପଥରେ ଅନ୍ୟ ରାଜ୍ୟକୁ ଯିବା କଷ୍ଟକର ଓ ନିରାପଦ ବି ନୁହେଁ । ଏହାକୁ ଦୃଷ୍ଟିରେ ରଖି ଶ୍ରମିକ ସ୍ପେଶାଲ୍ ଟ୍ରେନ ପୁନଃ ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

%d bloggers like this: