କ’ଣ ଘଟିଥିଲା ଏଲଏସିରେ… ?

କ’ଣ ଘଟିଥିଲା ଏଲଏସିରେ… ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟରେ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାନ ନାଁ ନେଉନାହିଁ। ସୋମବାର ରାତିରେ ଚୀନ୍ ପୁନର୍ବାର ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ପରେ, ଉଭୟ ପକ୍ଷ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୨୯ ଅଗଷ୍ଟ ପରି, ଚୀନର ଏହି ପ୍ରୟାସକୁ ମଧ୍ୟ ଭାରତୀୟ ଯବାନମାନେ ବିଫଳ କରିଦେଇଛନ୍ତି। ସୋମବାର ବିଳମ୍ୱିତ ରାତିରେ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଯେଉଁ ଘଟଣା ଘଟିଛି ତାହା ବର୍ତ୍ତମାନ ସାମ୍ନାକୁ ଆସିଛି।

ଭାରତୀୟ ସେନାରେ ଉପସ୍ଥିତ ଥିବା ସୂତ୍ର ଅନୁଯାୟୀ, ପେଟ୍ରୋଲିଂ କରୁଥିବାବେଳେ ଚୀନ୍ ଯବାନମାନେ ଭାରତୀୟ ପୋଷ୍ଟର ଅତି ନିକଟତର ହୋଇଥିଲ। ଏହା ପରେ ସେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣରେ ଥିବା ଏହି ପୋଷ୍ଟକୁ ଅକ୍ତିଆର କରିବା ନେଇ ଚେଷ୍ଟା କରିଥିଲେ। ଏହା ପରେ ଭାରତୀୟ ଯବାନ ମାନଙ୍କ ପକ୍ଷରୁ ସେମାନଙ୍କୁ ଚେତାବନୀ ଦେବା ପାଇଁ ବାୟୁରେ ଗୁଳି ଚଳା ଯାଇଥିଲା। ଏହା ପରେ ଚୀନ୍ ପାର୍ଶ୍ୱରୁ ମଧ୍ୟ ବାୟୁରେ ଗୁଳି ବିନିମୟ ହୋଇଥିଲା। କୁହାଯାଇଛି ଯେ ଗୁରୁଙ୍ଗ ଶିଖର ଏବଂ ରଜଙ୍ଗଲା ଶିଖର ମଧ୍ୟରେ ଏହି ସବୁ ଘଟଣା ଘଟିଛି । ଯେଉଁ ପୋଷ୍ଟକୁ ଦଖଲ କରିବା ନେଇ ଚୀନ ପକ୍ଷରୁ ଚେଷ୍ଟା କରାଯାଉଥିଲା ତାହା ସମୁଦ୍ର ପତ୍ତନଠାରୁ ୧୫ରୁ-୧୬ ହଜାର ଫୁଟ ଉଚ୍ଚରେ ଅବସ୍ଥିତ।

ଏହି ଘଟଣା ପରେ ଚୀନ ପୁଣି ଥରେ ଭାରତ ଉପରେ ମିଥ୍ୟା ଆରୋପ ଲଗାଇଛି। ଭାରତୀୟ ସେନା ପ୍ରଥମେ ଗୁଳି ଚଳାଇଥିବା ନେଇ ଅଭିଯୋଗ କରିଛି। ଚୀନ୍ ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସର ସୂଚନା ଅନୁଯାୟୀ, PLA ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କହିଛନ୍ତି ଯେ ଭାରତୀୟ ସେନା ପୁନର୍ବାର ବେଆଇନ ଭାବେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ପାର ହୋଇ ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳ ନିକଟରେ ପର୍ବତ ଉପରକୁ ଚଢିଛି। ଗ୍ଲୋବାଲ ଟାଇମ୍ସ ଟୁଇଟ କରି କହିଛି ଯେ ଭାରତୀୟ ଯବାନଙ୍କ ପକ୍ଷରୁ ଚୀନର ସୀମାରେ ପାଟ୍ରୋଲିଂ କରୁଥିବା PLA ଯବାନଙ୍କ ଉପରେ ଗୁଳି ବିନିମୟ କରାଯାଇଥିଲା, ଯାହା ପରେ ଚୀନ୍ ଯବାନମାନେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜବାବୀ ଫାୟାରିଂ କିବାକୁ ପଡିଥିଲା।

%d bloggers like this: