ପୁଣି ବଡ଼ ସତର୍କବାଣୀ କଲା WHO

ପୁଣି ବଡ଼ ସତର୍କବାଣୀ କଲା WHO

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ମହାମାରୀ ବିଶ୍ୱକୁ ଗ୍ରାସିବା ପ୍ରକ୍ରିୟା ଜାରି ରଖିଛି। କୋରୋନା ଟିକାକୁ ନେଇ ମଧ୍ୟ କିଛି ଶୁଭ ସୂଚନା ଆସୁନାହିଁ। ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO ପୁଣିଥରେ ଗୋଟିଏ ବଡ଼ ସତର୍କବାଣୀ କରିଛି। ଅକ୍ଟୋବର ଓ ନଭେମ୍ବରରେ ଦୈନିକ ସର୍ବାଧିକ COVID-19 ମୃତ୍ୟୁ ପାଇଁ ୟୁରୋପ ପ୍ରସ୍ତୁତ ରହିବା ଦରକାର। WHOର ୟୁରୋପୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ହାନ୍ସ କ୍ଲୁଗ୍ କହିଛନ୍ତି, କୋରୋନା ଆଗକୁ ଅଧିକ ଭୟଙ୍କର ହେବାକୁ ଯାଉଛି। ଅକ୍ଟୋବର ଓ ନଭେମ୍ବରରେ ୟୁରୋପରେ କୋରୋନା କାରଣରୁ ଅଧିକ ମୃତ୍ୟୁ ଘଟିବ। ୟୁରୋପର ଅନେକ ଦେଶ SARS-CoV-2 – COVID-19 ସୃଷ୍ଟି କରୁଥିବା ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପକୁ କଡ଼ାକଡ଼ି କରିଛନ୍ତି। ଇଂଲଣ୍ଡରେ ସୋମବାରଠାରୁ ଆହୁରି ଅଧିକ ନିୟମ ଲାଗୁ କରାଯାଇଛି, ଯେଉଁଥିରେ ୬ରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେପଟେ କୋରୋନା ମହାମାରୀ ଯୋଗୁ ବିଶ୍ୱରେ ଦିନକରେ ୩ ଲକ୍ଷ ୮ ହଜାର ଆକ୍ରାନ୍ତ ହୋଇଥିବା ରିପୋର୍ଟ ବେଶ୍ ବିଚଳିତ କଲାଭଳି। ଏମିତି ଏକ ଜଟିଳ ପରିସ୍ଥିତିରେ କିନ୍ତୁ ଭାରତ ପାଇଁ ବଡ଼ କଥା ହେଉଛି, ଦେଶରେ ରିକଭରି ହାର ୭୮ ପ୍ରତିଶତ ଛୁଇଁବା। ତେବେ ବିଶ୍ୱରେ ୭୮% ରିକଭରି ହାର ସହ ଭାରତ ଦୁଇନମ୍ବରରେ ଥିବାବେଳେ ୮୩ % ରିକଭରି ହାର ସହ ବ୍ରାଜିଲ୍ ତାଲିକାର ଶୀର୍ଷରେ ରହିଛି।

%d bloggers like this: