ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀ ବର୍ଷ ତମାମ ସିନ୍ଦୂର ମୁହିଁ ବେଶରେ ପୂଜା ପାଇଥାନ୍ତି।ମାତ୍ର ମହାଳୟା ଦିନ ମା’ଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶ ଅଢ଼େଇ ଦିନ ପର୍ଯ୍ୟନ୍ତ ରହିଥାଏ। ତେବେ ତଳିତ ବର୍ଷ କୋଭିଡ୍ କଟକଣା ଭିତରେ ମା’ ସମଲୋଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯାଇଛି। ରୀତିନୀତି ଅନୁସାରେ ବଡ଼ି ଭୋରରୁ ମା’ଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଧବଳମୁଖୀ ବେଶ କରାଯାଇଥିଲା। ଏଥିପାଇଁ ପୂଜକମାନେ ରାତି ତିନିଟା ରୁ ଉଠି ମା’ଙ୍କ ବେଶ କରିବାରେ ଲାଗି ପଡ଼ିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ବିଶେଷ ପଦକ୍ଷେପ ନିଆଯାଇଥିଲା। ଭକ୍ତଙ୍କ ପାଇଁ ଏଥର ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯାଇଛି।

%d bloggers like this: