କ’ଣ କରୁଛନ୍ତି ସୋନାକ୍ଷୀ ସିହ୍ନା ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜିକାଲି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କ’ଣ କରୁଛନ୍ତି, ଆପଣ ଜାଣିଛନ୍ତି କି ? ରିମା କାଗ୍‌ତୀଙ୍କ ନିର୍ଦ୍ଦେଶିତ ଫଲେନ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦବଙ୍ଗ ଗାର୍ଲ । ସେହିପରି ସପୋର୍ଟିଂ ରୋଲ୍‌ରେ ଗଲ୍ଲି ବୟ ଫେମ୍ ବିଜୟ ବର୍ମା, ଗୁଲଶନ୍ ଦେବିଆହ ଓ ସୋହୁମ ଶାହଙ୍କୁ ବି ଦେଖିବାକୁ ମିଳିବ। ତେବେ ନିଜର ପ୍ରଥମ ୱେବ୍ ସିରିଜ୍‌ର ସୁଟିଂ ପାଇଁ ସୋନାକ୍ଷୀ ଡିସେମ୍ବର ମାସରେ ରାଜସ୍ଥାନ ଯିବେ। ଜାତୀୟ ଗଣମାଧ୍ୟମରେ ସୂଚନା ଅନୁସାରେ, ୩୫ ଜଣ କ୍ରିଉ ମେମ୍ବରଙ୍କୁ ନେଇ ଏକ ସାତ ଦିନିଆ ସୁଟିଂ କରିବାର ଯୋଜନା ରହିଛି। ଲକ୍‌ଡାଉନ୍ ପୂର୍ବରୁ ଏହି ସିରିଜର କାହାଣୀକୁ ନେଇ ସୋନାକ୍ଷୀ ଅବଗତ ଥିଲେ। ସେହି କାହାଣୀ ଅନୁଯାୟୀ ସିରିଜର ସୁଟିଂ ଆରମ୍ଭ ହେବ।

%d bloggers like this: