ୟେଲୋ ଜର୍ସିରେ ହେବ କି ଶେଷ ମ୍ୟାଚ ? ଦୁଇଟି ଶବ୍ଦରେ ଉତ୍ତର ରଖିଲେ ଧୋନି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟକୁ ବାୟ ବାୟ କରିଥିବା ଧୋନି ଆଇପିଏଲ ଛାଡ଼ିବେକି ? ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମାହି ଆଉ କ’ଣ ଆଇପିଏଲ୍ ଖେଳିବେ ନାହିଁ କି ? ରବିବାର ଶେଷ ଲିଗ୍ ମ୍ୟାଚ୍ ପୂର୍ବରୁ ଧୋନିଙ୍କ ଅବସର ନେଇ ଗୁଜବ ସୃଷ୍ଟି ହୋଇଥିଲା। ମାତ୍ର ୨ଟି ୱାର୍ଡ ‘DEFINITELY NOT’ରେ ଉତ୍ତର ରଖିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି।

ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ରବିବାର ମୁହାଁମୁହିଁ ହୋଇଥିଲେ ପଞ୍ଜାବ ଓ ଚେନ୍ନାଇ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି ଚେନ୍ନାଇ। ତେଣୁ ମ୍ୟାଚ୍ ଦଳ ପାଇଁ ସେମିତି ଗୁରୁତ୍ୱପୂର୍ଣ୍ଣ ନ ଥିବାବେଳେ ପଞ୍ଜାବ ପାଇଁ ଥିଲା ଡୁ ଅର୍ ଡାଏ। ତେବେ, ମ୍ୟାଚ ପୂର୍ବରୁ ଧୋନିଙ୍କ ଆଇପିଏଲ କ୍ୟାରିୟର ଶେଷ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ଏହା କ’ଣ ଧୋନିଙ୍କ ୟେଲୋ ଜର୍ସିରେ ଶେଷ ମ୍ୟାଚ ହେବ କି ? ଟସ୍ ପଡ଼ିବା ପର୍ବରୁ ଧୋନିଙ୍କ ଆଇପିଏଲ ଅବସର ନେଇ ପ୍ରଶ୍ନ କରିଥିଲେ ନ୍ୟୁଜିଲାଣ୍ଡ କ୍ରିକେଟର ଡ୍ୟାନି ମରିସନ୍। ତେବେ, ଚତୁର ମାହି ମାତ୍ର ୨ଟି ୱାର୍ଡରେ ନିଜ ଉତ୍ତର ରଖିଥିଲେ। ସେ କହିଥିଲେ, ‘DEFINITELY NOT’ ମାନେ ନିଶ୍ଚିତ ନୁହେଁ। ଆଗକୁ ମାହିଙ୍କ ଆଇପିଏଲ କ୍ୟାରିୟର ନେଇ ସେ ହୁଏତ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି। ଟ୍ୱିଟରରେ ଧୋନିଙ୍କ ଏଭଳି ଉତ୍ତର ସମସ୍ତଙ୍କୁ କନଫ୍ୟୁଜ୍ କରିଛି। ଏହାକୁ ନେଇ ମାହିଙ୍କ ପ୍ରଶଂସକମାନେ ମଧ୍ୟ ନିଜ ନିଜର ମତାମତ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଚଳିତ ଥର କିନ୍ତୁ ଦୁର୍ବଳ ପ୍ରଦର୍ଶନ କରି ପ୍ଲେ ଅଫ୍ ଦୌଡ଼ରୁ ପ୍ରଥମ ଟିମ୍ ଭାବେ ବିଦାୟ ନେଇଛି ସିଏସକେ। ଅନ୍ତିମ ଲିଗରେ ପଞ୍ଜାବକୁ ପରାସ୍ତ କରି ସାମାନ୍ୟ ଆଶ୍ୱସ୍ତି ପାଇଛି ଚେନ୍ନାଇ ସୁପର କିଙ୍ଗସ।

https://twitter.com/ItsShab07/status/1322835678938329089?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1322835678938329089%7Ctwgr%5Eshare_3&ref_url=https%3A%2F%2Fsports.ndtv.com%2Fipl-2020%2Fcsk-vs-kxip-ms-dhoni-makes-big-announcement-about-his-future-in-ipl-2318936
%d bloggers like this: