ଅପରେସନ ଅଲଆଉଟ୍: ହିଜିବୁଲ ମୁଜାହିଦ୍ଦୀନ ମୁଖ୍ୟ ସଫା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା। ଶ୍ରୀନଗରରେ ଏନକାଉଣ୍ଟରରେ ହିଜିବୁଲ ମୁଜାହିଦ୍ଦୀନ ମୁଖ୍ୟ ସୈଫୁଲ୍ଲା ମୀର ଆକା ଘାଜି ହାଇଦରର ମୁଣ୍ଡ ଗଡ଼ାଇଛନ୍ତି ଯବାନ। ଏହାସହ ଅନ୍ୟ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଥିବା ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ୨ ଦିନ ପୂର୍ବରୁ କୁଲଗାମରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣରେ ସାମିଲ ଥିଲା ସୈଫୁଲ୍ଲା। ସେପଟେ ଏବେ ବି ଅପରେସନ ଅଲଆଉଟ ଜାରି ରହିଛି। ଶ୍ରୀନଗରରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ଉଭୟ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

%d bloggers like this: