ପାକିସ୍ତାନରେ ଆକାଶ ଛୁଆଁ ମୁଦ୍ରାସ୍ଫୀତି, ତେଲ ୫୦୦କୁ ଅଟା ୨୫୦ କିଲୋ

ପାକିସ୍ତାନରେ ଆକାଶ ଛୁଆଁ ମୁଦ୍ରାସ୍ଫୀତି, ତେଲ ୫୦୦କୁ ଅଟା ୨୫୦ କିଲୋ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶ୍ରୀଲଙ୍କା ପରି ପାକିସ୍ତାନରେ ମଧ୍ୟ ଉତ୍କଟ ହେଲାଣି ଆର୍ଥିକ ମାନ୍ଦାବସ୍ଥା। ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି ଦେଶ। ଫଳରେ ସାଧାରଣ ଲୋକଙ୍କ ପାଇଁ ଅଟା ଏବଂ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀ କିଣିବା ମଧ୍ୟ କଷ୍ଟକର ହୋଇପଡୁଛି। ଅଟା ଅଭାବ ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ସରକାରଙ୍କ ସାହାଯ୍ୟ ଆଶା କରୁଥିବା ଲୋକମାନେ ନିରାଶ ହୋଇଛନ୍ତି। ଶସ୍ୟର କଳା ବଜାର ବୃଦ୍ଧି ପାଇଛି। ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ପାଇବା ପାଇଁ ଏଠାରେ ଏକପ୍ରକାର ସଂଘର୍ଷ ଚାଲିଛି।ଅଟା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି। ଖାଦ୍ୟ ସଙ୍କଟ ଏବଂ ମୁଦ୍ରାସ୍ଫୀତି ସହ ସଂଗ୍ରାମ କରୁଥିବା ପାକିସ୍ତାନର ଅନେକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଟା ଖାଉଥିବା ଲୋକ ମଧ୍ୟ ଛଡ଼ାଇ ନେଉଛନ୍ତି। ଏହି ସଙ୍କଟରେ ପିଲାମାନେ ମଧ୍ୟ ଖାଦ୍ୟ ପାଇପାରୁ ନାହାନ୍ତି। ଲୋକମାନେ ସରକାରଙ୍କ ଉପରେ ବର୍ଷିବା ସହ ମୁଦ୍ରାସ୍ଫୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରେ ଅଟା କେଜି ୧୪୦ ରୁ ୧୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିପରି ପିଆଜ କିଲୋ ୨୨୦, ଚିକେନ ୪୦୦ ପାଖାପାଖି, ଲୁଣ ୫୦ ଟଙ୍କା, କ୍ଷୀର ୧୪୯, ସୋରିଷ ତେଲ ୫୩୨, କଦଳୀ କିଲୋ ୧୫୦ ଟଙ୍କା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: