ବିଧାନସଭା ନିର୍ବାଚନ: ଦିନ ୧୨ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୬% ଓ ଆସାମରେ ୨୫% ମତଦାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ। ସକାଳ ୭ଟାରୁ ଏହି ଦୁଇଟି ରାଜ୍ୟରେ ବିଧିବଦ୍ଧ ଭାବେ ମତଦାନ ଆରମ୍ଭ ହୋଇଛି। ଆସାମରେ ମୋଟ୍‌ ୧୨୬ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ପାଇଁ ମତଦାନ ଚାଲିଛି। ନିର୍ବାଚନ ମୈଦାନରେ ୨୬୪ଜଣ ପ୍ରାର୍ଥୀ ପ୍ରତିଯୋଗିତା କରୁଥିବା ବେଳେ ଆଜି ଆସାମର ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ଟି ବୁଥରେ ମତଦାନ ହେଉଛି। ସେହିପରି ସୁରକ୍ଷାକୁ ନଜରରେ ରଖି ସିଏପିଏଫ୍ ଯବାନ ଓ ପୋଲିସଙ୍କୁ ମୁତୟନ କରାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ୍ ଦେବାକୁ ବ୍ୟବସ୍ଥା ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଆସାମର ସୋନିତପୁର, ବିଶ୍ୱନାଥ, ନଗାଓଁ, ଗୋଲଘାଟ, ଜୋରହାଟ, ମଜୁଲି, ଶିବସାଗର, ଚରାଇଦେଓ, ଲକ୍ଷିମପୁର, ଧେମାଜି, ଦିବ୍ରୁଗଡ଼ ଓ ତିନିସୁକିଆ ଜିଲ୍ଲାରେ ମତଦାନ ହେଉଛି। ସେହିଭଳି ଦିନ ବାରଟା ସୁଦ୍ଧା ଆସାମରେ ୨୫ପ୍ରତିଶତ ଓ ପଶ୍ଚିମ ବଙ୍ଗରେ ୩୬ ପ୍ରତିଶତ ମତଦାନ ହୋଇଥିବାର ଜଣା ପଡ଼ିଛି। ତେବେ ପଶ୍ଚିମ ବଙ୍ଗରେ ୩୦ ଆସନ ପାଇଁ ମତଦାନ ହେଉଥିବା ବେଳେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

%d bloggers like this: