ଭୂଷଣ କମ୍ପାନୀକୁ କିଣିଲା ଜିନ୍ଦଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଝାରସୁଗୁଡା ସୀମାବର୍ତ୍ତୀ ସମ୍ବଲପୁର ଜିଲ୍ଲା ଠେଲକୋଲୋଏ ଠାରେ ୨୦୦୪ ମସିହାରୁ ସଞ୍ଜୟ ସିଂହଲ ମାଲିକାନାରେ ଚାଲୁଥିବା ଭୂଷଣ ଷ୍ଟିଲ କାରଖାନାକୁ ଆଜି ବିଧିବଦ୍ଧ ଭାବେ କିଣି ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ୍‌ ପାୱାର କମ୍ପାନୀ।
ଭୂଷଣ କମ୍ପାନୀର ମାଲିକ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଋଣ ଆଣି ଦେବାଳିଆ ସ୍ଥିତିରେ ଥିଲେ। ଗତ ୪ ବର୍ଷରୁ କାରଖାନାକୁ ବ୍ୟାଙ୍କ ସମୂହ ଚଳାଇ ଆସୁଥିଲେ । ଏନସିଏଲଟି ପକ୍ଷରୁ ଏହି କାରଖାନାକୁ ନିଲାମ କରାଯିବାକୁ ବିଡିଂ ଆହ୍ୱାନ କରାଯିବା ପରେ ଟାଟା କମ୍ପାନୀ ନିଜର ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ ଟାଟା କଂପାନୀ ଠାରୁ ଅଧିକ ଅର୍ଥ ଟଙ୍କା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦେବାକୁ ରାଜି ହୋଇଥିବାରୁ ତାହାକୁ ଏହି କମ୍ପାନୀ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା ଏନସିଏଲଟି। ତେବେ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପ୍ରାପ୍ୟ ପ୍ରଦାନ କରି ଜିନ୍ଦଲ କାରଖାନା ପରିଚାଳନା ଭାର ନେବାକୁ ଏନସିଏଲଟି ନିର୍ଦ୍ଦେଶ ଦେଇଛି । ଏହାସହ ଆଜି ବିଧିବଦ୍ଧ ଭାବେ ୧୯ ହଜାର ୩୫୦ କୋଟି ଟଙ୍କା ନିଲାମୀ ମୂଲ୍ୟ ପ୍ରଦାନ କରିଛି ଜେଏସଡବ୍ଲୁ ।

%d bloggers like this: