ରାଜ୍ୟରେ ମହଙ୍ଗା ହେଲା ବିଜୁଳି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସବୁ ଜିନିଷ ପରି ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର। ବିଦ୍ୟୁତ ଦର ବୃଦ୍ଧିକୁ OERCଙ୍କ ମଂଜୁରୀ ମିଳିଛି। ବର୍ଦ୍ଧିତ ଦର ଅନୁଯାୟୀ କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି OERC। ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହାସହ ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି।ସେହିପରି ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୧ରୁ ୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬.୨୦ ଟଙ୍କା ଦେବାକୁ ପଡିବ।ତେବେ ବିପିଏଲ୍ ଓ ଜଳସେଚିତ ଗ୍ରାହକଙ୍କ ପାଇଁ ତାରିଫ ପୂର୍ବପରି ଅପରିବର୍ତ୍ତିତ ରହିବ। ବର୍ଦ୍ଧିତ ଶୁଳ୍କ ଏପ୍ରିଲ୍ ୪ ତାରିଖରୁ ଲାଗୁ କରାଯିବ ବୋଲି ଜଣା ପଡ଼ିଛି । ମିଟର ମାସିକ ସର୍ବନିମ୍ନ ଚାର୍ଜ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ। ଅର୍ଥାତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ୨% ରିହାତି ମିଳିବ। ତେବେ ବିଜୁଳି ଦର ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି।

%d bloggers like this: