ହାରିଗଲେ ସରକାର, ଜିତିଲା ଭୋଡାଫୋନ, ଦେବାକୁ ପଡ଼ିବ ଏତିକି ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଡ଼ିଏ ହଜାର କୋଟି ଟଙ୍କା ଟିକସ ହେରଫେର ନେଇ ସରକାର ଭୋଡାଫୋନ ଉପରେ ଚଳାଇଥିବା ମାମଲାରେ ଭୋଡାଫୋନ ବାଜିମାତ କରିଛି । ଏହି ମାମଲାରେ ସରକାରଙ୍କୁ ହତାଶ କରି ଅର୍ନ୍ତଜାତୀୟ ମଧ୍ୟସ୍ଥତାରେ ଏହି ମାମଲାର ରାୟକୁ ନିଜ ସପକ୍ଷରେ ନେଇ ପାରିଛି ଭୋଡାଫୋନ ।
ଏନେଇ ଭୋଡାଫୋନ ପକ୍ଷରୁ କୁହାଯାଇଛି ଯେ, ସିଙ୍ଗାପୁରର ଏକ ଅର୍ନ୍ତଜାତୀୟ ଅଦାଲତରେ ଭାରତ ସରକାର ତାଙ୍କ ଉପରେ ଚଳାଇଥିବା ମାମଲାର ଜିତାପଟ ଭୋଡାଫୋନ କମ୍ପାନୀର ହୋଇଛି । ଏହି ମାମଲାରେ ଭାରତ ସରକାର ୧୨ ଶହ କୋଟିର ଟ୍ୟାକ୍ସ ଓ ୭ ହଜାର ୯ ଶହ କୋଟିର ଜରିମାନା ଲଗାଇ ଏକ ମାମଲା ଚଳାଇଥିଲେ। ଏହି ମାମଲାକୁ ଭୋଡାଫୋନ ଜିତି ନେଇଛି

%d bloggers like this: