ବିଧାନସଭାରେ କୋଭିଡ୍ ଟେଷ୍ଟ, ନେଗେଟିଭ ହେଲେ ଏଣ୍ଟ୍ରି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଧାନସଭା ପରିସରରେ ସ୍ୱତନ୍ତ୍ର କ୍ୟାମ୍ପରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ। ୬ଟି କ୍ୟାମ୍ପରେ ଟେଷ୍ଟ କରାଯାଉଛି। ବାଚସ୍ପତି, ବିରୋଧୀଦଳ ନେତାଙ୍କ ସହ ଅନେକ ବିଧାୟକ ଟେଷ୍ଟ କରିଛନ୍ତି। ବିଧାନସଭା ସଚିବାଳୟର କର୍ମଚାରୀଙ୍କ ସହ ବିଧାୟକଙ୍କ ଡ୍ରାଇଭର,ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ଟେଷ୍ଟ କରୁଛନ୍ତି।ଆଜିଠୁ ୨୮ ତାରିଖ ଯାଏ ଟେଷ୍ଟ କରାଯିବ।
ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ । ଯେଉଁ ମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ସେମାନେ ଗୃହ ଭିତରକୁ ପ୍ରବେଶ କରିବେ।

%d bloggers like this: