‘ଆତ୍ମା’ର ଆତ୍ମକଥା: ମଲାପରେ ସମସ୍ତେ କାହିଁକି ଲେଖନ୍ତି Rest in peace ବା ‘RIP’….

‘ଆତ୍ମା’ର ଆତ୍ମକଥା: ମଲାପରେ ସମସ୍ତେ କାହିଁକି ଲେଖନ୍ତି Rest in peace ବା ‘RIP’….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମଣିଷ ମଲା ପରେ ଶରୀର ପଞ୍ଚଭୂତରେ ବିଲିନ ହୋଇଯାଏ, ହେଲେ ଆତ୍ମା କୁଆଡ଼େ ଯାଏ?  ଆତ୍ମାକୁ ଶରୀର ମିଳିଲା ଯାଏ ତାହା କେଉଁଠି ରୁହେ ଓ କେମିତି ରୁହେ ? ଆତ୍ମାକୁ ନେଇ ଏମିତି ଅନେକ ଅସମାହିତ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ଘର କରି ରହିଥାଏ । ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ, ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଶରୀରରେ ପ୍ରବେଶ କରିଥାଏ । କିନ୍ତୁ କେବେ ଚିନ୍ତା କରିଛନ୍ତି ଯଦି ମଣିଷ ମଲା ପରେ ବି ଆତ୍ମା ବଞ୍ଚି ରୁହେ ଏବଂ ଆତ୍ମାର ମରଣ ନାହିଁ ତେବେ ଆମେ ଜଣେ ବ୍ୟକ୍ତି ମରିଲା ପରେ ଇଂରାଜୀରେ ରେଷ୍ଟ ଇନ୍ ପିସ୍ ଲେଖୁ ? ଆମେ ଅମରାତ୍ମାର ସଦଗତି ପ୍ରାର୍ଥନା କରୁ । ଏହାର ଇଂରାଜୀ ଅନୁଵାଦ RIP ନୁହେଁ ଵରଂ ଵିପରୀତ ଭାଵାର୍ଥ ଵହନ କରେ । ତେଣୁ, “RIP” ଲେଖିଵା ଦ୍ଵାରା ପ୍ରତ୍ୟେକ ସନାତନୀ (ହିନ୍ଦୁ)ର ଧାର୍ମିକ ଭାଵନାକୁ ମରଣୋତ୍ତର ଅପମାନ ହୁଏ ବୋଲି ପେସାରେ ଡାକ୍ତର ଥିବା ସାହିତ୍ୟ ଅନୁରାଗୀ ଦେବାଶୀଷ ଜ୍ୟୋଷ୍ଠି ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

ସେ ନିଜ ଫେସବୁକ ପୋଷ୍ଟରେ ଆଗକୁ ଯାଇ ଲେଖନ୍ତି ଯେ, ‘ମୁଁ ମଲାପରେ, ଦୟାକରି କେହି “RIP” (Rest in peace) ଲେଖିଵେ ନାହିଁ, ଵରଂ ଏକ ଘଟରୁ ଅନ୍ୟ ଘଟକୁ ଯାଉଥିଵା ମୋ’ ଆତ୍ମାର ସଦଗତି ପ୍ରାର୍ଥନା କରିଵେ ।‘

ପ୍ରତିକ୍ରିୟାରେ ଅନ୍ୟଜଣେ ବ୍ୟକ୍ତି ଲେଖନ୍ତି ଯେ, “Rest In Peace” is a western thought process – It has become our practice for long Foreign Rule – English ଶବ୍ଦ ର ଅର୍ଥ ରେ ସନାତନୀ ଭାବାର୍ଥ ଆସି ପାରିବ ନାହି – A good Example- Secular- ର ଅର୍ଥ ରେ “ଧର୍ମ ନିରପେକ୍ଷ” ଆମର ଭାବ ନୁହଁ – ହିନ୍ଦୁ ସଭ୍ୟତା – ସବୁ ଧର୍ମ କୁ ସମଦ୍ଭାବ ଭାଷା ରେ ଧର୍ମ ର ଅର୍ଥ କର୍ତବ୍ୟ ଭାବେ – English ରେ ଧର୍ମ କୁ Religion କୁହନ୍ତି ।

ଅନ୍ୟଜଣେ ଲେଖିଛନ୍ତି ଯେ, ଆପଣଙ୍କ ଆଦେଶ ତ ଶିରୋଧାର୍ଯ୍ୟ,ତେଵେ ଆପଣଙ୍କର ତ ପ୍ରଥମତଃ ମୃତ୍ୟୁ ହେବ ନାହିଁ , ଦ୍ୱିତୀୟତଃ ଆପଣଙ୍କ ଘଟପରିଵର୍ତନ କରିଵେ, ହଁ ଆମେ ସଦଗତି ଲେଖିଲେ ହୁଏତ ସୁଘଟ ମିଳିପାରେ ନ ପାରେ , ଆପଣ ଭଲପାଇଵାରେ ଜାଣନ୍ତି, ତେଵେ ପ୍ରତ୍ୟେକ ଙ୍କ କର୍ମ ,ମନନ ଓ ଚିନ୍ତନ “ଚିନ୍ତାମଣି” ପ୍ରତି ହିଁ ସୁଘଟର ପଥ ହୋଇଥାଏ ଓ ପରିଵର୍ତନ ଵେଳେ ନିଜକୁ ହିଁ ଅନୁଭଵ ହୁଏ,”ପ୍ରାଣିର ଭଲମନ୍ଦ ।

ଆତ୍ମା ଓ ଶରୀରର ସମ୍ଭନ୍ଧ ବିଷୟରେ ଜାଣିବା ପାଇଁ ବିଶ୍ୱର ନାମୀ ଦାମୀ ବୈଜ୍ଞାନିକ ମାନେ ଅନେକ ଅଧ୍ୟୟନ କରିସାରିଲାଣି । ଏସମ୍ବନ୍ଧରେ କିଛି କିଛି ତଥ୍ୟ ମଧ୍ୟ ପ୍ରକାଶ ପାଇଛି । ଏବେ ବି ସାଧାରଣରେ ପ୍ରଶ୍ନ ଉଠେ କି କେଉଁ ମୁହୂର୍ତ୍ତରେ ଶରୀରରୁ ଅଲଗା ହୋଇଥାଏ ଆତ୍ମା । ଆତ୍ମା ଛାଡିଯିବା ପରେ ହିଁ କାହିଁକି ହରାଇଥାଏ ମଣିଷ ନିଜ ଚେତନା ଶକ୍ତି । ଯଦି ଆତ୍ମା ଛାଡ଼ିଯିବା କୁ ହିଁ କାହିଁକି ମୃତ୍ୟୁ ବୋଲି କୁହାଯାଏ । ଯଦି ମୃତ୍ୟୁ ପରେ ଆତ୍ମା ଶରୀର ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରେ ତେବେ ଅତୃପ୍ତ ଆତ୍ମା କଣ । କାହିଁକି ଏହା ଏଣେ ତେଣେ ଘୁରିବୁଲେ । ଆତ୍ମା ବିଷୟରେ ପ୍ରାୟ ସମସ୍ତ ଧର୍ମରେ ଉଲ୍ଲେଖ ଅଛି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ ଧର୍ମାବଲମ୍ବୀମାନେ ଆତ୍ମାକୁ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି ।

ଆପଣ ଜାଣନ୍ତି, ଜୀବନର ଏକ ଅତୁଟ ସତ୍ୟ ହେଲା ମୃତ୍ୟୁ ।  ଦିନ ନା ଦିନେ ଏହି ଶରୀରକୁ ତ୍ୟାଗ କରି ସମସ୍ତେ ଯାଇଥାନ୍ତି । ମୃତ୍ୟୁ ପରେ କଣ ହୋଇଥାଏ ତାହା ଜାଣିବା ଆଗ୍ରହ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଥାଏ ।  ଏହି ରହସ୍ୟକୁ ଜାଣିବା ଏତେ ସହଜ କଥା ନୁହେଁ । ଗରୁଡ ପୁରାଣରେ ମୃତ୍ୟୁ ପରର ଜୀବନ ବିଷୟରେ ଅନେକ ସୂଚନା ଦିଆଯାଇଛି ।

 ତେଣୁ କାଲିକୁ ଚିନ୍ତା ନ କରି ଆଜିରେ ବଞ୍ଚିବା ହେଉଛି ବୁଦ୍ଧିମାନ ମଣିଷର ପରିଚୟ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: