ଅମରନାଥ ଯାତ୍ରା ବାତିଲ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅଟକିଲା ଅମରନାଥ ଯାତ୍ରା। ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଥିଲେ ବି ସରକାର ପୁଣି ଥରେ ଯାତ୍ରା ଉପରେ ଆଲୋଚନା କରିବାକୁ ସୂଚନା ଦେଇଥିଲେ।ଆଜି ଜମ୍ମୁ ଶ୍ରୀ ବୋର୍ଡ ପକ୍ଷରୁ ହୋଇଥିବା ବୈଠକରେ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କୋରୋନା ସଂକ୍ରମଣ ଯୋଗୁ ଅମରନାଥ ଯାତ୍ରା ବାତିଲ କରାଯାଇଛି। ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ କେବଳ ବାଲଟାଲ ରାସ୍ତାରେ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିଲା। ଗତ ୧୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପବିତ୍ର ଗୁମ୍ଫା ପରିଦର୍ଶନ କରିଥିଲେ। କିନ୍ତୁ ଏବେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରା ବନ୍ଦ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *