ଅକ୍ସଫୋର୍ଡ ୟୁନିଭର୍ସିଟିର ବଡ଼ ସଫଳତା, ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ

ଅକ୍ସଫୋର୍ଡ ୟୁନିଭର୍ସିଟିର ବଡ଼ ସଫଳତା, ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନା ଟିକା ଉପରେ ସାରା ବିଶ୍ୱରେ ଅନୁସନ୍ଧାନ ଜାରି ରହିଛି। ବିଶ୍ୱର ଅତି କମରେ ୩୩ଟି ସର୍ବୋତ୍ତମ ଅନୁଷ୍ଠାନ ମହାମାରୀ ଟିକା ପାଇଁ ଗବେଷଣା କରୁଛନ୍ତି। କିନ୍ତୁ ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭର୍ସିଟିର ପରୀକ୍ଷା ନୂଆ ଆଶା ସଂଚାର କରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି କୋରୋନା ଟୀକାର ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଥିବା ଦାବି କରିଛି ୟୁନିଭର୍ସିଟି। ଦାବିରେ ଦର୍ଶାଯାଇଛି ଯେ, ଏପ୍ରିଲ ୨୩ରୁ ମେ’ ୨୧ ମଧ୍ୟରେ ଟୀକା ପରୀକ୍ଷା ହୋଇଥିଲା। ଏହି ଟୀକା ୧ ହଜାର ୭୭ ଜଣଙ୍କ ଉପରେ ପରୀକ୍ଷଣ ହୋଇଛି। ମାତ୍ର ୨୮ ଦିନ ମଧ୍ୟରେ ଆଣ୍ଟିବଡି ତିଆରି ହୋଇଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ଏକ ଟ୍ୱିଟରେ କୁହାଯାଇଛି ଯେ, AZD1222 ନାମକ ଏହି ଟୀକା ପ୍ରୟୋଗ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି।

ବିଶ୍ୱବିଦ୍ୟାଳୟର ଦାବି ଅନୁଯାୟୀ, ପରୀକ୍ଷା ସମୟରେ କୌଣସି ବ୍ୟକ୍ତିଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା। କେବଳ ଥକାପଣ, ମୁଣ୍ଡବିନ୍ଧା, ଥଣ୍ଡା ଏବଂ ଶରୀରର କିଛି ଅଂଶରେ ସାମାନ୍ୟ ଯନ୍ତ୍ରଣା ଭଳି ଛୋଟ ସମସ୍ୟା ଆସିଥିଲା। ଯେଉଁ ସ୍ଥାନରେ ଇଞ୍ଜେକ୍ସନ ଦିଆଯାଇଥିଲା, ସେଠାରେ ଯନ୍ତ୍ରଣା ହୋଇଥିଲା। ମାତ୍ର, କେବଳ ଓଭରଡୋଜ ଦିଆଯାଇଥିବା ବ୍ୟକ୍ତିଙ୍କଠାରେ ଏପରି ଲକ୍ଷଣ ଦେଖାଦେଇଥିଲା।ଅକ୍ସଫୋର୍ଡ ୟୁନିଭର୍ସିଟି ମଧ୍ୟ ଦାବି କରୁଛି ଯେ, ଏହି ଟୀକା ସେପ୍ଟେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚିପାରିବ। ଯଦି ସବୁ ଯୋଜନା ଅନୁଯାୟୀ ହୁଏ, ତେବେ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ମହାମାରୀରୁ ବିଶ୍ୱ ମୁକ୍ତି ପାଇପାରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: