୨୫ ବର୍ଷ ଧରି ଖାଉଛନ୍ତି ସମାନ ଖାଦ୍ୟ

୨୫ ବର୍ଷ ଧରି ଖାଉଛନ୍ତି ସମାନ ଖାଦ୍ୟ


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ସମାଜରେ ଏମିତି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ କିଛି ଅଜବ ହରକତ ପାଇଁ ଚର୍ଚ୍ଚାକୁ ଆସିଥା’ନ୍ତି। ଇଂଲଣ୍ଡର ପୂର୍ବତନ ଫୁଟବଲ ଖେଳାଳି ତଥା କୋଟିପତି ଡେଭିଡ ବେକହମଙ୍କ ସ୍ତ୍ରୀ ଭିକ୍ଟୋରିଆ ଏବେ ସେଭଳି କିଛି କାମ କରି ନଜରକୁ ଆସିଛନ୍ତି। ତେବେ ଏହା ତାଙ୍କ ବର୍ତ୍ତମାନର କୌଣସି କାମ ନୁହଁ। ଦୀର୍ଘ ୨୫ ବର୍ଷ ଧରି ନିଜର ଏକ ଅଭ୍ୟାସକୁ ନେଇ ସେ ଜନ ସାଧାରଣଙ୍କ ନଜରରେ। ଭିକ୍ଟୋରିଆ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି। ୪୬ ବର୍ଷୀୟ ବେକହମ କହିଛନ୍ତି ଯେ, ସେ ତାଙ୍କ ଖାଦ୍ୟ ବାଣ୍ଟିବାକୁ ପସନ୍ଦ କରନ୍ତି; କିନ୍ତୁ ଭିକ୍ଟୋରିଆ ୨୫ ବର୍ଷ ଧରି କେବଳ ଗ୍ରିଲଡ ମାଛ ଏବଂ ସିଝା ପନିପରିବା ଖାଉଛନ୍ତି। ଫ୍ୟାଶନ ଡିଜାଇନର ଥିବା ଭିକ୍ଟୋରିଆ ତାଙ୍କ ଚାରି ପିଲାଙ୍କ ବିନା ଘରେ ରହିବାକୁ ଭଲପାଆନ୍ତି କାରଣ ଯେତେବେଳେ ସେ ଯାହା ଚାହିଁବେ ରୋଷେଇ କରିପାରିବେ। ଡେଭିଡ ଜଣେ ଫୁଟବଲର୍‌ ହେବା ସହିତ ଜଣେ ସଫଳ ମଡେଲ ଏବଂ ବ୍ୟବସାୟୀ ମଧ୍ୟ। ବେକହମ ୩ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ ରହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: