ଡାକ୍ତରଖାନାରେ ଲୋକପ୍ରିୟ କମେଡିଆନ

ଡାକ୍ତରଖାନାରେ ଲୋକପ୍ରିୟ କମେଡିଆନ

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଲୋକପ୍ରିୟ କମେଡିଆନ ସୁନୀଲ ଗ୍ରୋଭରଙ୍କୁ କିଏ ବା ନ ଜାଣେ। ନିଜର ହସାଇବା ଗୁଣ ଯୋଗୁଁ ସେ ଘରେ ଘରେ ପରିଚିତ। ଛୋଟ ପରଦାରୁ ଆରମ୍ଭ କରି ବିଭିନ୍ନ ବଡ଼ ବଡ଼ ପରଦାରେ ଦର୍ଶକଙ୍କୁ ନିଜ କମେଡି ମାଧ୍ୟମରେ ବାନ୍ଧି ରଖିଛନ୍ତି। ଡ. ମଶହୁର ଗୁଲାଟି ଏବଂ ଗୁତ୍ଥି ଭଳି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କୁ ହସର ଖୋରାକ ଯୋଗାଉଥିବା ସୁନୀଲ ଏବେ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ରୋଭର ନିକଟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବମ୍ବେର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରି ହୋଇଛି। ଏନେଇ ସିମି ଗରଓ୍ବୋଲ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ତାଙ୍କ ହାର୍ଟରେ ଏକ କଣା ରହିଛି। ଏହା ଯୋଗୁଁ ତାଙ୍କୁ ହାର୍ଟର ସର୍ଜରି କରିବାକୁ ପଡିଛି। ସୁନୀଲ ଅସୁସ୍ଥ ଥାଇ ମଧ୍ୟ ଜି-୫ରେ ତାଙ୍କ ଆଗାମୀ ୱେବ୍‌ ସିରିଜ ‘ସନ୍‌ଫ୍ଲାୱାର’ ପାଇଁ ସେ ଶୁଟିଂ ଶେଷ କରିଛନ୍ତି। ସେଠାରେ ସେ ଆଶିଷ ବିଦ୍ୟାର୍ଥୀ ରଣବୀର ଶୌରୀ, ଗିରୀଶ କୁଲକର୍ଣ୍ଣୀଙ୍କ ସହ ଶେଷ ଥର ପାଇଁ ନଜରକୁ ଆସିଥିଲେ। ଲୋକମାନେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛନ୍ତି। ହସ୍ପିଟାଲ ପକ୍ଷରୁ ସୁନୀଲଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିବା ସୂଚନା ମିଳିଛି। ସେ ଏବେ ବିପଦମୁକ୍ତ। ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି ବୋଲି କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: