ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା, ଘର ପାଇଁ ମାରିଦେଲା ଜନ୍ମକଲା ପୁଅ

ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା, ଘର ପାଇଁ ମାରିଦେଲା ଜନ୍ମକଲା ପୁଅ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟାକଲା ଜନ୍ମକଲା ପୁଅ। ୭୪ ବର୍ଷୀୟ ଏହି ଅଭିନେତ୍ରୀଙ୍କ ପ୍ରଥମେ ବେସବଲ୍‌ରେ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ଘରଠାରୁ ୯୦ କିମି ଦୂର ନଦୀରେ ଫିଙ୍ଗିଦେଇଛି ଅଯୋଗ୍ୟ ପୁଅ। ତାଙ୍କ ସାନପୁଅ ସମ୍ପତ୍ତି ଲାଗି ଅଭିନେତ୍ରୀଙ୍କ ହତ୍ୟା କରିଥିବା ସ୍ପଷ୍ଟ ହେବା ପରେ ଟେଲିଜଗତରେ ଶୋକର ଛାୟା ଖେଲିଯାଇଛି। ଏହାସହ ଘଟଣାଟି ସମସ୍ତଙ୍କୁ ଚକିତ କରିଛି। ବୀଣାଙ୍କ ବଡ଼ ପୁଅ ଆମେରିକାରେ ରୁହନ୍ତି। ତେବେ ସାନ ପୁଅ ସଚିନଙ୍କ ସହ ସମ୍ପତ୍ତିକୁ ନେଇ ତାଙ୍କର ବିବାଦ ବହୁଦିନ ହେବ ଲାଗି ରହିଥିଲା। ସଚିନ ଅଭିନେତ୍ରୀଙ୍କଠାରୁ ୧୨ କୋଟି ମୂଲ୍ୟର ଫ୍ଲାଟ୍‌ ନେବାକୁ ଚାହୁଁଥିଲେ ବୋଲି ଜଣା ପଡିଛି।

ଏହାକୁ ନେଇ ଅନେକ ଥର ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସଚିନ ଶେଷରେ ଉତ୍ତ୍ୟକ୍ତ ହୋଇ ବୀଣାଙ୍କ ମୁଣ୍ଡକୁ ବେସବଲ୍‌ରେ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ଜୁହୁରୁ ନେଇ ରାୟଗଡ଼ ଜିଲ୍ଲାର ମାଥେରନ୍‌ ନଦୀରେ ଫିଙ୍ଗିଦେଇଥିଲେ।ମାଙ୍କ ଏଭଳି ମୃତ୍ୟୁ ବୀଣାଙ୍କ ବଡ଼ପୁଅଙ୍କୁ କିଛି ଠିକ୍‌ ଲାଗି ନଥିଲା। ସେ ତୁରନ୍ତ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଯାଞ୍ଚ କରିବା ପରେ ସଚିନ ସବୁ ସତ ମାନି ନେଇଥିଲେ। ଏବେ ପୋଲିସ ଅଭିଯୁକ୍ତ ସଚିନ ଏବଂ ତାଙ୍କ ଘରେ କାମ କରୁଥିବା ଲଲୁ କୁମାର ମଣ୍ଡଳଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତାଙ୍କ ମୃତ୍ୟୁ ଦେହ ଖୋଜୁଥିବା ସୂଚନା ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: