ବର୍ଷା  ପ୍ରିୟଦର୍ଶିନୀଙ୍କ ‘କିଏ ତମେ’: ମ୍ୟୁଜିକ ଭିଡିଓ  ରିଲିଜ

ବର୍ଷା ପ୍ରିୟଦର୍ଶିନୀଙ୍କ ‘କିଏ ତମେ’: ମ୍ୟୁଜିକ ଭିଡିଓ ରିଲିଜ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଭୁବନେଶ୍ୱରର ଏକ ହୋଟେଲରେ ଉଡିବାବା ଷ୍ଟୁଡିଓ ଦ୍ୱାରା ନିର୍ମିତ ଏକ ନୂଆ ମ୍ୟୁଜିକ ଭିଡ଼ିଓ ‘କିଏ ତମେ’ ଲଞ୍ଚ କରିଛନ୍ତି।

ଏହି ମ୍ୟୁଜିକ ଷ୍ଟୁଡିଓରେ ସୁଜାତା ଜେନା ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ ଏହାକୁ ସଂଗୀତରେ ସଜାଇଛନ୍ତି ଏବଂ ଅନ୍ତରା ଚକ୍ରବର୍ତ୍ତୀ ଏଥିରେ କଣ୍ଠଦାନ କରିଛନ୍ତି।

ଏହି ଭିଡ଼ିଓରେ ନୈନା ଦାଶ ଏବଂ ଅଭିନେତା ରାକେଶ ଧଳ ଅଭିନୟ କରିଛନ୍ତି। ଏହି ମ୍ୟୁଜିକ ଭିଡ଼ିଓଟି ଉଡିବାବା ଷ୍ଟୁଡିଓର ଏକ ନିଆରା ପ୍ରୟାସ। ପ୍ରତ୍ୟେକ ମହିଳା ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଚିନ୍ହି ସଚେତନ ହେବାର ପ୍ରୟାସ ହିଁ ଆନ୍ତର୍ଜାତିକ ମହିଳା ଦିବସର ଆଭିମୁଖ୍ୟ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: