ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିଲା ଏସବୁ ଗାଡି କାଗଜପତ୍ରର ବୈଧତା

ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିଲା ଏସବୁ ଗାଡି କାଗଜପତ୍ରର ବୈଧତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଚାଳକମାନଙ୍କ ପାଇଁ ଆଶ୍ୱସ୍ତି। ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ଗାଡ଼ି କାଗଜପତ୍ର ବୈଧତା । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ବୈଧତା ବୃଦ୍ଧି ପାଇଁ କହିଥିଲେ । ଓଡ଼ିଶା ପରିବହନ ପ୍ରାଧିକରଣ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନିବା ସହ ସେହି ସବୁ କାଗଜ ପତ୍ରର ଅବଧି ବୃଦ୍ଧି କରାଯାଇଛି । ଏହି ଆଧାରରେ ଗାଡି ଗୁଡିକର ପଞ୍ଜିକରଣ ସାର୍ଟିଫିକେଟ, ଫିଟନେସ୍‌ ସାର୍ଟିଫିକେଟ, ପରମିଟ୍‌ ଓ ଡ୍ରାଇଭିଂ ଲାଇସେନ୍ସ ବୈଧତା ଅବଧି ଅତିକ୍ରାନ୍ତ କରିଥିଲେ ବି ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସେଗୁଡିକ କାର୍ଯ୍ୟ କରିବ।
ଲର୍ଣ୍ଣର ଲାଇସେନ୍ସ ମଧ୍ୟ ଅକ୍ଟେବାର ୩୧ ପର୍ଯ୍ୟନ୍ତ ବୈଧ ରହିବ । ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ଏବଂ ଅସ୍ଥାୟୀ ପରିମିଟ କ୍ଷେତ୍ରରେ ଏହା ଲାଗୁ ହୋଇ ନାହିଁ । ଏନେଇ ଏସଟିଏ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆରଟିଓମାନେ ଅଗ୍ରୀମ ବୁକିଂ କରିବା ସହ ପ୍ରତି ସରକାରୀ କାର୍ଯ୍ୟ ଦିବସରେ ଏହା କରିବାକୁ ନିର୍ଦ୍ଦେଶ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: