ଅଢେଇ ମିଟର ଲମ୍ବ ସାପର ମୁହଁରୁ ବାହାରିଲା କଣ୍ଡୋମ; ଆଉ ତା ପରେ ….

ମଣିଷର ସାମାନ୍ୟ ଅନ୍ୟମନସ୍କତା ଜୀବଜନ୍ତୁ ମରଣ ମୁହଁକୁ ବି ଠେଲି ଦେଇପାରେ
#snake #mumbai #maharastra #condom

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାପ ମୁହଁରେ ପଶିଗଲା ବ୍ୟବହୃତ କଣ୍ଡୋମ୍‌ । ଏମିତି ଏକ ଘଟଣା ଘଟିଥିଲା ମୁମ୍ବାଇର କାନ୍ଦୱଲି ଇଲାକାର ଗ୍ରୀନ ମିଡୋଜ ହାଉସିଂ ସୋସାଇଟି ନିକଟରେ। ତେବେ ଏଠି ଗୋରୁଗାଈ ନୁହେଁ, ମଣିଷର ସାମାନ୍ୟ ଅ‍‍ବହେଳା ପାଇଁ ଏଠି ସାପଟିଏ ଏମିତି ମରଣ ମୁହଁରେ ଛଟପଟ ହେଉଛି।

ସାପଟିଏ ଛଟପଟ ହେଉଥିଲା। ଯେମିତି ଅଣନିଃଶ୍ୱାସୀ ହୋଇ ଯାଉଥିଲା। ଏମିତି କିଛି ସମୟ ଛଟପଟ ହେବା ପରେ ବନ ବିଭାଗର କର୍ମଚାରୀ ପାଖକୁ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସାପର ମୁହଁ ଏକ ବ୍ୟବହୃତ କଣ୍ଡୋମ ଭିତରେ ପଶି ଯାଇଥିଲା। ଚେଷ୍ଟା କରି ବି ବାହାରି ପାରୁ ନ ଥିଲା ସାପଟି।

ଘଟଣା ଘଟିଛି ଗତ ୨ ତାରିଖ ଦିନ। ଗ୍ରୀନ ମିଡୋଜ ହାଉସିଂ ସୋସାଇଟି ନିକଟରେ ସାପଟି ଛଟପଟ ହେଉଥିଲା। ଏହାକୁ ସ୍ଥାନୀୟ ଜଣେ ମହିଳା ଦେଖି  ସାପଙ୍କୁ ଉଦ୍ଧାର କରୁଥିବା ସଂସ୍ଥାକୁ ଫୋନ କରି ଜଣାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସାପର ମୁହଁରେ ପ୍ଲାଷ୍ଟିକ ଥଳି ଅଟକି ରହିଯିବାରୁ ନିଃଶ୍ୱାସ ନେଇ ପାରୁ ନାହିଁ। ଫଳରେ ଛଟପଟ ହେଉଛି। କିଛି ସମୟ ପରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଯାଞ୍ଚ କରିବା ପରେ ଏହା ପ୍ଲାଷ୍ଟିକ ଥଳି ନୁହେଁ, ବ୍ୟବହୃତ କଣ୍ଡୋମ ବୋଲି ଜାଣିବାକୁ ପାଇଥିଲେ।

ଏହାପରେ ଉଦ୍ଧାରକାରୀ ଟିମ୍‌ ଅଢେଇ ମିଟର ଲମ୍ବ ସାପର ମୁହଁରୁ କଣ୍ଡୋମ ବାହାର କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ମୁହଁରେ କଣ୍ଡୋମ ପଶିଯିବାରୁ ସାପଟି ନିଃଶ୍ୱାସ ନେଇ ପାରୁ ନ ଥିଲା।  ଯିଏ ବି ଏପରି କାମ କରିଛି ଠିକ୍‌ କରିନି। ମଣିଷ ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟ ହୋଇ ଯାଉଛି। ଯେଉଁ ସାପର ଛୁଞ୍ଚି ପରି ଦାନ୍ତ ଶିକାରକୁ ସହଜରେ ଛାଡେନି, ତା’କୁ କଣ୍ଡୋମ ପିନ୍ଧାଇ ତା’ର ମୁହଁ ବନ୍ଦ କରିଦେଉଛି ମଣିଷ।

ଯାହା ବି ହେଉ, ଜୀବଜନ୍ତୁଙ୍କ ପ୍ରତି ଏପରି ନିର୍ଦ୍ଦୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉଦ୍ଧାରକାରୀ ଟିମ୍‌ ସାପକୁ ନେଇ ସଞ୍ଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନରେ ଛାଡ଼ି ଦେଇଛନ୍ତି। ନାଶନାଲ ପାର୍କରେ ପଶୁ ଚିକିତ୍ସା ଅଧିକାରୀ ପରୀକ୍ଷା କରିବା ପରେ କହିଛନ୍ତି ସାପ ଅବସ୍ଥା ଭଲ ଥିଲେ ମଧ୍ୟ ଯନ୍ତ୍ରଣାର ଉପଶମ ହୋଇନାହିଁ। କିନ୍ତୁ ସାପର ଶରୀରରେ କୌଣସି କ୍ଷତ ନାହିଁ।

ସାପଟିକୁ ଜଙ୍ଗଲରେଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଛି।

Leave a Reply

Your email address will not be published. Required fields are marked *