ଦିନେ ଥିଲେ ପୋଲିସ ଆଜି ହେଲେ ପଳାତକ

ଦିନେ ଥିଲେ ପୋଲିସ ଆଜି ହେଲେ ପଳାତକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ପଳାତକ ଘୋଷଣା କଲେ ମୁମ୍ବାଇ ଏସପ୍ଳାନେଡ୍‌ କୋର୍ଟ। ପରମବୀରଙ୍କ ବିରୋଧରେ ଥିବା ବଟି ଆଦାୟ ମାମଲାକୁ ନେଇ ଏଭଳି ଘୋଷଣା ହେଇଛି। ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହେବା ପରେ ପରମବୀର ଥାନରେ ହଜାର ହୋଇ ନାହାନ୍ତି। ଏପରିକି ତାଙ୍କ ପାଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ପହଞ୍ଚି ପାରିନାହିଁ। ଏହାକୁ ନେଇ ନିକଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ପରମବୀର ସିଂହଙ୍କୁ ପଳାତକ ଘୋଷଣା କରିବାକୁ ଦାବି ହୋଇଥିଲା ।
ତାହାର ବିଚାର କରି ଆଜି ମୁମ୍ବାଇ ଏସପ୍ଳାନେଡ୍‌ କୋର୍ଟ ପୂର୍ବତନ ପୋଲିସ କମିଶନର ପରମବୀରଙ୍କୁ ପଳାତକ ଘୋଷଣା କରିଛନ୍ତି।ଯଦି ଆସନ୍ତା ୩୦ ଦିନ ଭିତରେ ତାଙ୍କର କୌଣସି ପତ୍ତା ନମିଳେ ତେବେ ମୁମ୍ବାଇ ପୁଲିସ ତାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିବ। କୋର୍ଟଙ୍କ ଏହି ପଳାତକ ଘୋଷଣା ନିଷ୍ପତ୍ତି ପରେ ଏବେ ପରମବୀରଙ୍କୁ ଖୋଜିବାରେ କ୍ରାଇମବ୍ରାଞ୍ଚକୁ ସହାୟତା ମିଳିବ ବୋଲି ସରକାରୀ ଓକିଲ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ,ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ଗତବର୍ଷ ଜାନୁଆରୀରୁ ୨୦୨୧ ମାର୍ଚ୍ଚ ଯାଏଁ ତାଙ୍କର ଦୁଇଟି ବାର୍‌ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ନକରିବା ବଦଳରେ ଅଭିଯୁକ୍ତମାନେ ତାଙ୍କଠାରୁ ୨ ଲକ୍ଷ ୯୨ ହଜାର ଟଙ୍କାର ଦୁଇଟି ସ୍ମାର୍ଟ ଫୋନ୍‌ ଲାଞ୍ଚ ଦେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗକାରୀ ଦାବି କରିଥିଲେ। ଏହାକୁ ଆଧାରି କରି ମୁମ୍ବାଇ ଏସପ୍ଲାନେଡ କୋର୍ଟ ପରମବୀର ସିଂହଙ୍କୁ ପଳାତକ ଘୋଷଣା କରିଛନ୍ତି। ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ସମେତ ବିନୟ ସିଂହ ଏବଂ ରିୟାଜ ଭାଟିଙ୍କ ନାଁରେ ମଧ୍ୟ ଓ୍ବାରେଣ୍ଟ ଜାରି ହୋଇଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ବଟି ଆଦାୟ ମାମଲାର ଯାଞ୍ଚ କରୁଛି। ମାମଲାରେ ଛୋଟା ଶକିଲର ନିକଟତର ସହଯୋଗୀ ରିୟାଜ ଭାଟି ମଧ୍ୟ ସାମିଲ ରହିଥିବାର ଅଭିଯୋଗ ହୋଇଛି ।ମାଲାବାର ହିଲ ସ୍ଥିତ ପରମବୀରଙ୍କ ବାସଭବନର ସିକ୍ୟୁରିଟି ଗାର୍ଡ ସତୀଶ ବୁରୁଟେ ଏବଂ ରୋଷେୟା ରାମବାହଦୂର ଥାପା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ପରମବୀର ଏବଂ ତାଙ୍କ ପରିବାର ଗତ ୩ ମାସ ହେଲା ନିଖୋଜ ଥିବାର ସୂଚନା ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: