ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ!

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମେରିକା ନିର୍ବାଚନରେ କାହାର କେତେ ଦମ୍ ଦୁନିଆ ଦେଖିଲା । ବାସ୍ତବତା କିନ୍ତୁ ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ମନେ ହେଉଛି । ନିର୍ବାଚନ ସରିଛି କିନ୍ତୁ ପ୍ରକୃତ ଫଳାଫଳ ଏଯାଏ ବାହାରି ପାରିନାହିଁ । ଏବେ ବି ଭୋଟ୍ ଗଣତି ଚାଲିଥିବା ଏବେ ଜର୍ଜିଆ ଭଳି ରାଜ୍ୟରେ ପୁନଃ ମତଗଣନା ହେଉଥିବା ନେଇ ଖବର ଆସୁଛି। ଏଭଳି ସମୟରେ ଏଥର ଆମେରିକାରେ ଟ୍ରମ୍ପ ନୁହେଁ ଜୋ ବାଇଡେନ୍ ଙ୍କ ସରକାର ଏକଥା ସ୍ପଷ୍ଟ ହୋଇ ସାରିଛି । ଯାହା କେବଳ ବାକି ଅଛି ତାହା ହେଉଛି ସରକାରୀ ଓ ଆନୁଷ୍ଠାନିକ ଘୋଷଣା ।

ହ୍ୱାଇଟ ହାଉସକୁ ନିଜ ଦଖଲରେ ରଖିବା ପାଇଁ ଟ୍ରମ୍ପ କଳ, ବଳ ଓ କୌଶଳ ଲଗାଇ ଦେଇଥିଲେ ମଧ୍ୟ ସେ ଏଥିରେ ବିଫଳ ହୋଇଛନ୍ତି । ଜୋ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ଟ୍ରମ୍ପଙ୍କୁ ବହୁ ପଛରେ ପକାଇ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଆଉ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତିର ଆଖ୍ୟା ପାଇ ସାରିଛନ୍ତି ।

ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍ ପ୍ରସ୍ତୁତ ହେଉଥିବା ବେଳେ ସେ ସବୁ ଖୁବ୍ ଜୋରସୋରରେ ଭାଇରାଲ ହେଉଛି ।

ହ୍ବାଇଟ୍ ହାଉସ୍ ଦଖଲ ପାଇଁ ୨୭୦ ଇଲୋକଟ୍ରାଲ ଭୋଟ୍ ଦରକାର କରୁଥିବା ବେଳେ ବାଇଡେନଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିଛି ୨୬୪ ଭୋଟ୍। ଆଉ ମାତ୍ର ୬ଟି ଇଲୋକ୍ଟ୍ରାଲ ଭୋଟ୍ ଦୂରରେ ଅଛନ୍ତି ବାଇଡେନ୍। ସେପଟେ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୧୪ଟି ଇଲେୋରାଲ ଭୋଟ ପାଇଛନ୍ତି। ଜର୍ଜିଆ, ନେଭାଡା, ଆରିଜୋନାରେ ବାଇଡେନ୍ ଆଗରେ ଥିବା ବେଳେ ପେନ୍ସିଲଭାନିଆରେ ଲିଡ୍ କରୁଛନ୍ତି ଟ୍ରମ୍ପ । ଏବେ ବି ବିଜୟ ଆଶା ଛାଡି ନାହାନ୍ତି ଟ୍ରମ୍ପ । ଅନିୟମିତତା କରି ବାଇଡେନ୍ ବିଜୟ ହାସଲ କରିବାକୁ ପ୍ରୟାସ ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ପୋଷ୍ଟାଲ ବାଲଟ ଗଣତିରେ ଫଳାଫଳ ଏକତରଫା ହେବା ଚିନ୍ତାର ବିଷୟ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ପୁଣି ଥରେ ଜର୍ଜିଆରେ ଆଉ ଥରେ ଭୋଟ୍ ଗଣତି ହେବ ବୋଲି ଜଣାପଡ଼ିଛି । ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ବହୁ ଆଗରେ ରହିଛନ୍ତି ଜୋ ବାଇଡେନ । ଜର୍ଜିଆରେ ମୋଟ ୧୬ଟି ଇଲେୋରଲ ଭୋଟ ରହିଛି ।

%d bloggers like this: