ଇତିହାସ ରଚିଲା ଇସ୍ରୋ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ । ସଫଳତାର ସହ ଅନ୍ତରୀକ୍ଷକୁ ଯାତ୍ରା କରିଛି ପୃଥିବୀ ପର୍ଯ୍ୟବେକ୍ଷଣ ରକେଟ PSLV-C49 । ଏମର୍ଜିଂ ଉପଗ୍ରହ ସେଟେଲାଇଟ୍ ଓ ଅନ୍ୟ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଆଜି ଠିକ୍ ୩ଟା ୨ରେ ଏହି ଉପଗ୍ରହମାନଙ୍କୁ ସଫଳତାର ସହ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ରାଡାର ଏମର୍ଜିଂ ଉପଗ୍ରହ ସହ ଯାଉଥିବା ୯ ବିଦେଶୀ ଉପଗ୍ରହ ମଧ୍ୟରେ ଅଛି, ଗୋଟିଏ ଉଦ୍ୟୋଗୀକ ଡେମନଷ୍ଟ୍ରେଟର ଲିଥୁଆନିଆ, ୪ଟି ମେଟିଟାଇମ ଆପ୍ଲିକେସନ ସାଟେଲାଇଟ୍ ଲକ୍ସମବର୍ଗ ରହିଛି । ଏହାଦ୍ୱାର ଏଣିକି ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର ।ମେଘର ଅନ୍ଧକାର ଭିତରେ ବି ପୃଥିବୀର ଫଟୋ ଉତ୍ତୋଳନ କରିବା ହେବ ସମ୍ଭବ । ଏହାଦ୍ୱାରା ଶତ୍ରୁ ଦେଶର ଗତିବିଧି ଉପରେ ରହିବ ତୀକ୍ଷ୍ନ ନଜର । ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଉପଗ୍ରର ଲଞ୍ଚ କ୍ଷେତ୍ରରେ ଇସ୍ରୋ ପାଇଁ ଚଳିତ ବର୍ଷର ଏହା ପ୍ରଥମ ଉତକ୍ଷେପଣ । ଭାରତ ପ୍ରଥମଥର ୧୯୯୯ ରେ ବିଦେଶୀ ସାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଏହାରି ଭିତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୩୨୮ଟି ଉପଗ୍ରହକୁ ସଫଳତା ପୂର୍ବକ ଲଞ୍ଚ କରି ସାରିଛି ।

%d bloggers like this: