ଆଶ୍ଚର୍ଯ୍ୟ: ୫୭ ବର୍ଷରେ ମାଆ ହେଲେ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାଆ ହେବା ସବୁ ନାରୀଙ୍କର ସ୍ୱପ୍ନ ହୋଇଥାଏ । ମା ‘ ହେବା ପରେ ନାରୀକୁ ପୂର୍ଣ୍ଣତା ମିଳିଥାଏ। କିନ୍ତୁ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଏହି ଆନନ୍ଦରୁ ବଞ୍ଚିତ ହୋଇଥାନ୍ତି କିମ୍ବା ବିଳମ୍ୱରେ ସେମାନଙ୍କର ଛୁଆ ହୋଇଥାଏ। ଚିକିତ୍ସା ବିଜ୍ଞାନ ଅନୁଯାୟୀ, ମହିଳାମାନେ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ମା’ ହୋଇପାରିଥାନ୍ତି। ବୈଜ୍ଞାନିକଙ୍କ ମତରେ ୩୫ ବର୍ଷ ପରେ ମା’ ହେବାରେ ଅସୁବିଧା ହୋଇଥାଏ। କିନ୍ତୁ ଯଦି ଜଣେ ମହିଳା ବହୁତ ସକ୍ରିୟ ଥାଆନ୍ତି, ତେବେ ଅତି ବେଶିରେ ସେ ୪୦ ବର୍ଷ ପର୍ଯ୍ୟନ୍ତ ସନ୍ତାନ ଜନ୍ମ କରିପାରେବି । ଅବଶ୍ୟ, ଆଜିର ଯୁଗ ଅତ୍ୟନ୍ତ ହାଇଟେକ୍ ହେଲାନି ଏବଂ ଆଇଭିଏଫ୍, ସରୋଗେସି ପରି ଟେକ୍ନୋଲୋଜି ସହାୟତାରେ ଯେ କୌଣସି ବୟସରେ ମାଆ ହୋଇପରୁଛନ୍ତି ମହିଳାମାନେ। କିନ୍ତୁ ଆପଣ କଳ୍ପନା କରିପାରୁଛନ୍ତି କି ଯେ କୌଣସି ମହିଳା ଅବସର ନେବା ବୟସରେ ସନ୍ତାନ ଜନ୍ମ କରିପାରିବ? କିନ୍ତୁ ଏମିତି ଏକ ସତ ଘଟଣା ଘଟିଛି । ଆମେରିକାର ନ୍ୟୁ ହାମ୍ପସାୟରର ବାରବାରା ହିଗିନ୍ସଙ୍କ ନାମ ଜଣେ ମହିଳା ୫୭ ବର୍ଷ ବୟସରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ବାରବାରା ୫ ବର୍ଷ ପୂର୍ବେ ତାଙ୍କର ଏକମାତ୍ର ଝିଅ ମଲ୍ଲିଙ୍କୁ ହରାଇଥିଲେ। ତାଙ୍କ ମୃତ୍ୟୁ ପରେ ବାର୍ବାରା ସର୍ବଦା ଏକ ସନ୍ତାନ ଚାହୁଁଥିଲେ ଏବଂ ୨୦ ମାର୍ଚ୍ଚ ୨୦୨୧ରେ ସେ ପୁଣି ଏକ ସନ୍ତାନ ଜନ୍ମ ଦେଇଛନ୍ତି।
ଏନେଇ ସେ କହିଛନ୍ତି ଯେ ମୋ ମନରେ ଅନେକ ଥର ଖିଆଲ ଆସିଥିଲା ଯେ ଯେ ମୁଁ ଏକ ସନ୍ତାନ ଜନ୍ମ କରିବି, କିନ୍ତୁ ଏତେ ବୟସରେ ଏହା ଟିକେ ପାଗଳାମି ପରି ମନେ ହେଲା ଏବଂ ପରେ ଭାବିଲି, ଠିକ୍ ଅଛି ଚେଷ୍ଟା କରିବା।
ବାରବାରା ୫୭ ବର୍ଷ ବୟସ ମାଆ ହେବା ପାଇଁ ସ୍ୱାମୀ କେନି ବାନଜୋଫଙ୍କ ସହ IVF ଚିକିତ୍ସା କରିଥିଲେ ଏବଂ ତାଙ୍କ ଉଦ୍ୟମରେ ସଫଳ ହୋଇଥିଲେ। ବିଶେଷ କଥା ହେଉଛି ଯେ ମାଆ ହେବାର ଗୋଟିଏ ଦିନ ପୂର୍ବରୁ ବାରବାରା ତାଙ୍କ ସ୍ୱାମୀ ବାନହଫଙ୍କ ସହ ଜିମରେ ଅଭ୍ୟାସ କରିଥିଲେ। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ତାଙ୍କ ପୁଅର ନାମ ଜ୍ୟାକ୍ ଦେଇଛନ୍ତି।
ବାରବାରା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ମୋର ସ୍ୱପ୍ନରେ ଏତେ ଜଡିତ ଥିଲି ଯେ କୌଣସି ପରିସ୍ଥିତିରେ ମୁଁ ଏହାକୁ ସଫଳ କରିବାକୁ ଚାହୁଁଥିଲି । ଏବଂ ମୁଁ ଏକ ନିଷ୍ପତ୍ତି ନେଇଥିଲି ଯେ ମୁଁ ଏକ ସନ୍ତାନ ଚାହୁଁଛି। ମୋର ସ୍ଵପ୍ନ ସାକାର ହୋଇଛି ଏବଂ ମୋର ୬୫ ବର୍ଷ ବୟସ୍କ ସ୍ବାମୀ ମଧ୍ୟ ଏଥିରେ ବହୁତ ଖୁସି ଅଛନ୍ତି। କାନି କହିଛନ୍ତି ଯେ ଆମେ କେବଳ ବୟସ ନୁହେଁ ସାମାଜିକ କ୍ରୁରତାକୁ ମଧ୍ୟ ପରାସ୍ତ କରିଛୁ । ମୁଁ ମୋ ପତ୍ନୀଙ୍କ ପାଇଁ ଗର୍ବିତ, ଯିଏ ତାଙ୍କ ସ୍ୱପ୍ନ ଏବଂ ମୋ ସ୍ୱପ୍ନକୁ ସାକାର କରିଛନ୍ତି। ତଥାପି, ସେ ଭବିଷ୍ୟତ ପାଇଁ ଟିକେ ଚିନ୍ତିତ ଥିବାର କହିଛନ୍ତି। ତେବେ ଏହି ୫୭ ବର୍ଷୀୟ ମହିଳା ଓ ତାଙ୍କ ସନ୍ତାନର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି।

%d bloggers like this: