ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତ ସରକାରଙ୍କ ଅନଲକ୍-୫ ଗାଇଡଲାଇନ୍। ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍। ୫୦ ପ୍ରତିଶତ କ୍ଷମତାରେ ଖୋଲିବ ହଲ୍। ସେହିପରି ପାର୍କ ଓ ସ୍କୁଲ ଖୋଲିବା ନେଇ ମଧ୍ୟ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଏସଓପି ଜାରି କରିବେ। ଅଭିଭାବକଙ୍କ ଲିଖିତ ପ୍ରତିଶ୍ରୁତି ପରେ ପିଲାମାନେ ସ୍କୁଲ ଯାଇପାରିବେ। ଅନଲାଇନରେ ମଧ୍ୟ ପଢ଼ିବାର ସୁଯୋଗ ମିଳିବ। ସେହିପରି ଅକ୍ଟୋବର ୧୫ ପରେ ଶହେ ଜଣ ଏକାଠି ରହି ପାରିବେ। ସାମାଜିକ, କ୍ରୀଡ଼ା ଏବଂ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏହା ଉଦ୍ଦିଷ୍ଟ ହେବ।

%d bloggers like this: