ସାମାଜିକ ଦୂରତାରେ ହଳଦୀ ସେରମୋନି; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା କଟକଣା ମଧ୍ୟରେ ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି ସରକାର । ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି । ଲୋକେ ମଧ୍ୟ ବେଶ୍ ସଚେତନ ଅଛନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଆପଣ ଦେଖିଲେ ହସି ହସି ବେଦନ ହୋଇଯିବେ ।

ଯେମିତି କି ଆପଣ ଜାଣନ୍ତି, ଦେଶରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସୁସ୍ଥ ସଂଖ୍ୟା ବି ଭଲ ରହିଛି। ଲକଡାଉନ ପରେ ଲୋକମାନେ ଘରୁ ବାହାରି କାମକୁ ଫେରିଛନ୍ତି। ବାହାରକୁ ବାହାରିବା ସହିତ ଲୋକମାନେ ସାବଧାନତା ଅବଲମ୍ବନ କରୁଛନ୍ତି। ଲକଡାଉନ୍ ସମୟରେ ଅନେକ ବିବାହକୁ ସ୍ଥଗିତ ରଖାଯାଇଥିଲା। ଲକଡାଉନ୍ ପରେ ଏବେ ପୁଣି ବାହାଘର ଅନୁଷ୍ଠିତ ହେଉଛି। ହେଲେ କରୋନା ସଂକ୍ରମଣକୁ ନେଇ ପୂରା ସତର୍କତା ପାଳନ କରାଯାଉଛି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କନ୍ୟାଙ୍କ ହଳଦୀ ପରମ୍ପରା ଚାଲିଥିବା ଦେଖିବାକୁ ମିଳିଛି।

%d bloggers like this: