ଯୌତୁକରେ ୨୧ ନାଖିଆ କଇଁଛ ସାଙ୍ଗକୁ ଲାବ୍ରାଡୋର କଳା କୁକୁର ମାଗିଲା ବର

ଯୌତୁକରେ ୨୧ ନାଖିଆ କଇଁଛ ସାଙ୍ଗକୁ ଲାବ୍ରାଡୋର କଳା କୁକୁର ମାଗିଲା ବର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବାହାଘର ସମୟରେ ଯୌତୁକ ଦେବା ନେବା କଥା ଆମ ଦେଶରେ ସାଧାରଣ। ତେବେ ଯୌତୁକରେ ଟଙ୍କା, ଅଳଙ୍କାର, କାର ବା ମହଙ୍ଗା ଉପହାର ଦିଆଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ବର ଯୌତୁକ ପାଇଁ ଏକ ଅଭୁତ ଜିନିଷ ମାଗି ହଟହଟା ହୋଇଛନ୍ତି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପୋଲିସ ପାଖରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ବିଷୟଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଔରଙ୍ଗାବାଦର ଉସମାନପୁରାରେ ରହୁଥିବା ଜଣେ ଯୁବକଙ୍କ ରାମନଗର ଅଞ୍ଚଳର ଜଣେ ଝିଅ ସହିତ ବିବାହ ସ୍ଥିର ହୋଇଥିଲା। ଉଭୟ ପକ୍ଷ ସହମତିରେ ୨୦୨୧ ଫେବୃଆରୀ ୧୦ ତାରିଖରେ ଏନଗେଜମେଣ୍ଟ ହୋଇଥିଲା। ଉଭୟ ପକ୍ଷ ଏକାଠି ନିଷ୍ପତ୍ତି ନେଇଥିଲେ ଯେ ବିବାହ କିଛି ମାସ ପରେ ହେବ। କିନ୍ତୁ ଏହାରି ଭିତରେ ପୁଅଘର ଲୋକେ ଝିଅଘର ଲୋକକୁ ଯୌତୁକ ହିସାବରେ ଏକ ଅଭୁତ ଜିନିଷ ମାଗିଥିଲେ। ବର ୨୧ ନଖ ଥିବା କଇଁଛ ଦାବି କରିଥିଲେ। ବରପକ୍ଷ ୨୧ ନଖିଆ କଇଁଛ ସହିତ କଳା ଲାବ୍ରାଡୋର କୁକୁର ଏବଂ ୧୦ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ବିବାହ ପାଇଁ ଏପରି ଚାହିଦା ଶୁଣି ଝିଅଘର ଲୋକେ ଚିନ୍ତିତ ହେବା ସହ ଲୋଭୀ ଯୁବକଙ୍କ ପରିବାର ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଓସମାନପୁର ପୋଲିସ ଷ୍ଟେସନରେ ବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଝିଅଘର ଲୋକ ବାହାଘର ସ୍ଥିର ହେବା ଆଗରୁ ବରର ପରିବାରକୁ ଯୌତୁକ ରୂପେ ୨ ଲକ୍ଷ ଟଙ୍କା ଏବଂ ୧୦ ଗ୍ରାମ ସୁନା ଦେଇଛନ୍ତି ବୋଲି କହିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଆଇପିସିର ଧାରା ୪୨୦, ୪୦୬ ଏବଂ ୩୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: