କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପରଲୋକ: ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଥାଉ କି, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୭୪ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ରାଜନେତା ରାମବିଳାସ ପାଶୱାନ୍‌ ୧୯୪୬ ମସିହା ଜୁଲାଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ‘ସଂଯୁକ୍ତ ସୋସାଲିଷ୍ଟ୍‌ ପାର୍ଟି’ର ଜଣେ ସଦସ୍ୟ ଭାବେ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରି ୧୯୬୯ ମସିହାରେ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଲୋକ ଦଳ ଗଠନ ହେଲା ଏବଂ ପାଶୱାନ ସେଥିରେ ଯୋଗ ଦେଇ ତା’ର ସାଧାରଣ ସମ୍ପାଦକ ହୋଇଥିଲେ। ହାଜିପୁର ନିର୍ବାଚନ ମଣ୍ଡଳିରୁ ଜନତା ପାର୍ଟିର ସଦସ୍ୟ ଭାବେ ସେ ୧୯୭୭ ମସିହାରେ ଲୋକସଭାରେ ପ୍ରବେଶ କରିଥିଲେ। ଏହାପରେ ୧୯୮୦, ୧୯୮୯, ୧୯୯୬, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୧୪ରେ ‌ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ହାରିବା ପରେ ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ହୋଇଥିଲେ। ପୁନଶ୍ଚ ୨୦୧୪ରେ ଷୋଡ଼ଶ ଲୋକସଭା ନିର୍ବାଚନରେ ସେ ହାଜିପୁର ନିର୍ବାଚନ ମଣ୍ଡଳିରୁ ‌ନିର୍ବାଚିତ ହୋଇଥିଲେ।

%d bloggers like this: