ସ୍କୁଲ ଖୋଲିବା ନେଇ ଆକ୍ସନ ପ୍ଲାନ୍

ସ୍କୁଲ ଖୋଲିବା ନେଇ ଆକ୍ସନ ପ୍ଲାନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ଆକ୍ସନ ପ୍ଲାନ। କୋରୋନା କଟକଣା କାଳରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର। ମିଳିଥିବା ସୂଚନା ଅନୁସାରେ, ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତି କରାଯାଇଛି। କୋରୋନା ପାଇଁ ପାଖାପାଖି ୬ ମାସ ହେବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି। ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ହେଡ୍ କ୍ୱାର୍ଟର ଛାଡି ନ ଯିବାକୁ ମଧ୍ୟ କୁହାଯାଇଛି। ସ୍କୁଲ ଭିତ୍ତିଭୂମିକୁ କୋଭିଡ୍ ୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି। ଏହାର ଉଲ୍ଲଂଘନ କଲେ ଘଟଣାକୁ ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ସୂଚନା ରହିଛି। ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧କୋଟି ୮୧ଲକ୍ଷ ୫୮ହଜାର ୪୦୦ ଟଙ୍କା ମଞ୍ଜୁରୀ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏଭଳି ନିର୍ଦ୍ଦେଶାବଳୀରୁ ଖୁବଶୀଘ୍ର ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଅନୁମାନ କରାଯାଇପାରେ।

%d bloggers like this: