ପରପାରିରେ ପାଶୱାନ: ପାଞ୍ଚଦଶନ୍ଧିର ରାଜନୀତିରେ ପୂର୍ଣ୍ଣଚ୍ଛେଦ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଉ ନାହାନ୍ତି ଲୋକଜନଶକ୍ତି ପାର୍ଟିର ମୁଖ୍ୟ ରାମ ବିଳାସ ପାଶୱାନ । ପାଶୱାନଙ୍କ ଦେହାନ୍ତ ଖବର ତାଙ୍କ ପୁଅ ଚିରାଗ ପାଶୱାନ ଟ୍ୱିଟ ଯୋଗେ ଏହି ଦୁଃଖଦ ଖବର ଜଣାଇଛନ୍ତି । ୭୪ ବର୍ଷୀୟ ରାମ ବିଳାସ ପାଶୱାନ ମୋଦି ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ । ତାଙ୍କ ସମୟରେ ମନ୍ତ୍ରାଳୟରେ ବହୁ ସଂସ୍କାର ଆସିଥିଲା । ଆଗକୁ ବିହାର ନିର୍ବାଚନକୁ ନେଇ ବେଶ୍ ଆଶାବାଦୀ ଥିଲେ । ବିଧିର ବିଧାନ କିନ୍ତୁ ଭିନ୍ନ ଥିଲା, ସେ ଏବେ ଆଉ ଇହ ଜଗତରେ ନାହାନ୍ତି ।

ରାଜନେତା ରାମବିଳାସ ପାଶୱାନ୍‌ ୧୯୪୬ ମସିହା ଜୁଲାଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ‘ସଂଯୁକ୍ତ ସୋସାଲିଷ୍ଟ୍‌ ପାର୍ଟି’ର ଜଣେ ସଦସ୍ୟ ଭାବେ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରି ୧୯୬୯ ମସିହାରେ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଲୋକ ଦଳ ଗଠନ ହେଲା ଏବଂ ପାଶୱାନ ସେଥିରେ ଯୋଗ ଦେଇ ତା’ର ସାଧାରଣ ସମ୍ପାଦକ ହୋଇଥିଲେ। ହାଜିପୁର ନିର୍ବାଚନ ମଣ୍ଡଳିରୁ ଜନତା ପାର୍ଟିର ସଦସ୍ୟ ଭାବେ ସେ ୧୯୭୭ ମସିହାରେ ଲୋକସଭାରେ ପ୍ରବେଶ କରିଥିଲେ। ଏହାପରେ ୧୯୮୦, ୧୯୮୯, ୧୯୯୬, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୧୪ରେ ‌ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ହାରିବା ପରେ ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ହୋଇଥିଲେ। ପୁନଶ୍ଚ ୨୦୧୪ରେ ଷୋଡ଼ଶ ଲୋକସଭା ନିର୍ବାଚନରେ ସେ ହାଜିପୁର ନିର୍ବାଚନ ମଣ୍ଡଳିରୁ ‌ନିର୍ବାଚିତ ହୋଇଥିଲେ।

୨୦୦୦ରେ ପାଶୱାନ ଲୋକ ଜନଶକ୍ତି ପାର୍ଟି ଗଠନ କରି ଏହାର ଅଧ୍ୟକ୍ଷ ହୋଇଥିଲେ। ୨୦୦୪ରେ ସେ ଶାସକ ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଏନ୍ସ୍‌’ ସରକାରରେ ଯୋଗ ଦେଇ ରାସାୟନ ଓ ସାର ମନ୍ତ୍ରାଳୟ ଏବଂ ଇସ୍ପାତ ମନ୍ତ୍ରାଳୟରେ କେନ୍ଦ୍ରମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ। ଏହାପରେ ସେ ବିଜେପି ନେତୃତ୍ବାଧୀନ ଏନଡିଏରେ ଯୋଗ ଦେଇଥିଲେ। ଚଳିତ କେନ୍ଦ୍ର ସରକାରରେ ସେ ଖାଦ୍ୟ, ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଥିଲେ।

୧୯୭୫ ମସିହାରେ ଭାରତରେ ଜରୁରୀ ପରିସ୍ଥିତି ଜାରି ହେବା ପରେ ପାଶୱାନ ଗିରଫ ହୋଇ ଜେଲ୍‌ ଯାଇଥିଲେ। ୧୯୭୭ରେ ଜେଲ୍‌ରୁ ମୁକୁଳିବା ପରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ।

%d bloggers like this: