ଓଡ଼ିଶାରେ ତିଆରି ହୋଇଛି ମାତ୍ର ୭୩ ପକ୍କାଘର

ଓଡ଼ିଶାରେ ତିଆରି ହୋଇଛି ମାତ୍ର ୭୩ ପକ୍କାଘର

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନା (ପିଏମଏଜିୱାଇ) ରେ ଓଡିଶାରେ ମାତ୍ର ୭୩ଟି ପକ୍କାଘର ତିଆରି ହୋଇଛି । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଏ ନାରାୟଣସ୍ୱାମୀ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂସଦରେ ଏହି ସୂଚନା ଦେଇଛନ୍ତି ।ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପିଏମଏଜିୱାଇ ୨୦୦୯-୧୦ ମସିହାରୁ ଅନୁସୂଚିତ ଜନଜାତିଙ୍କ ସମନ୍ୱିତ ବିକାଶ ପାଇଁ କାର୍ଯ୍ୟକାରୀ ହେଉଛି । ୨୦୨୧-୨୨ ମସିହାରେ ଏହି ଯୋଜନାଟି ବଳବତ୍ତର ଥିବା ଆଉ ଦୁଇ ଯେଜାନା ସହିତ ମିଶି ପ୍ରଧାନ ମନ୍ତ୍ରୀ ଅନୁସୂଚିତ ଜାତି ଅଭୂଦ୍ୟୟ ଯୋଜନା (ପିଏମ-ଏଜେଏୱାଇ) ହୋଇଛି ଏବଂ ଏଥିରେ ୨୦୨୧-୨୨ ବର୍ଷପାଇଁ ୧୮୦୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା ପିଏମ୍‍ଏଜିୱାଇ ପୋର୍ଟଲରେ ଅପ୍‍ଲୋଡ କରିଥିବା ସୂଚନା ଅନୁଯାୟୀ ମୋଟ୍‍ ୬୧,୫୫୪ ପରିବାର ପିଏମ୍‍ଏୱାଇ-ଜି ଅଧିରେ ପିଏମ୍‍ଏଜିୱାଇ ଗ୍ରାମଗୁଡିକରେ ଘର ପାଇବାକୁ ଯୋଗ୍ୟ ଥିବାବେଳେ ମାତ୍ର ୭୩ଜଣଙ୍କୁ ଘର ମିଳିଛି । ଏହି ସୂଚନା ଅନୁଯାୟୀ ବୌଦ ଜିଲ୍ଲାରେ ୬୩ଟି ଘର ଦିଆଯାଇଥିବାବେଳେ ଖୋରଧାରେ ୪ଟି ଓ ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାରେ ୩ଟି ଘର ଦିଆଯାଇଛି । ଅନ୍ୟ ୨୭ଟି ଜିଲ୍ଲାରେ ପ୍ରଦର୍ଶନ ଶୂନ ରହିଛି ।ଏହି ଯୋଜନାରେ ୨୦୨୧-୨୨ ବର୍ଷ ପାଇଁ କେନ୍ଦ୍ର ସରକାର ଓଡିଶାକୁ ୮୧.୭୨କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୧୮-୧୯ ରେ ୨୮.୧୮କୋଟି, ୨୦୧୯-୨୦ରେ ୧୭.୮୭ କୋଟି ଟଙ୍କା ମଞ୍ଜୁର କରିଥିଲେ । ତେବେ ୨୦୨୦-୨୧ ବର୍ଷରେ ଏହି ଯୋଜନାରେ ଓଡିଶାକୁ କୌଣସି ଅର୍ଥ ମିଳିନଥିଲା । ମିଳିଥିବା ମୋଟ୍‍ ପାଣ୍ଠିରୁ ଓଡିଶା ମାତ୍ର ୨୫.୯୧ କୋଟି ଟଙ୍କା ବ୍ୟୟ କରିପାରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: