ଜୁଲାଇ ସୁଦ୍ଧା ୟୁଜି, ପିଜି ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ

ଜୁଲାଇ ସୁଦ୍ଧା ୟୁଜି, ପିଜି ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ୟୁଜି, ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା ଜୁଲାଇ ୩୧ ସୁଦ୍ଧା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାସ୍ବତ ମିଶ୍ର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । ସେହିପରି ଅଗଷ୍ଟ ୧୫ ସୁଦ୍ଧା ଫଳାଫଳ ପ୍ରକାଶ କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ସିଲାବସ୍ ଶେଷ ହୋଇ ନ ଥିବ ଓ ଏକ୍ସଟ୍ରା କ୍ଲାସ୍ କରିବା ପାଇଁ ଚାହୁଁଥିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତାହା କରିପାରିବେ। ସେହିଭଳି ୟୁଜି ଓ ପିଜିର ଅନ୍ୟ ସେମିଷ୍ଟର ପରୀକ୍ଷା ଉଚିତ ସମୟ ଦେଖି କରାଯାଇ ପାରିବ ବୋଲି କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: