ୟୁକ୍ରେନରୁ ଫେରିବେ ଭାରତୀୟ

ୟୁକ୍ରେନରୁ ଫେରିବେ ଭାରତୀୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତ ଫେରିବେ ଭାରତୀୟ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଯିବ ଅପରେସନ ଗଙ୍ଗା।ଅପରେସନ୍ ଗଙ୍ଗାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆଜି ଭୋରରୁ C-17 ଏୟାରକ୍ରାଫ୍ଟ ରୋମାନିଆ ଅଭିମୁଖେ ଯାଇଛି । ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଆଉ ୩ଟି ବାୟୁସେନେ ହେଲିକପ୍ଟର ପୋଲାଣ୍ଡ, ହଙ୍ଗେରୀ ଓ ରୋମାନିଆ ଯିବ । ଏଥିରୁ ୨ଟି ରୋମାନିଆ ରୋମାନିଆ ଓ ହଙ୍ଗେରୀ ଯାତ୍ରା କରିଛି ।ୟୁକ୍ରେନର ରାଜଧାନୀ କିଭ୍ ଓ ଖାରକିଭରେ ଫସିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନେ ରୋମାନିଆ ଓ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ସେଠାରୁ ସେମାନଙ୍କୁ ବାୟୁସେନା ବିମାନ ଯୋଗେ ଭାରତ ଅଣାଯିବ । ଗତକାଲି ଅପରେସନ୍ ଗଙ୍ଗାରେ ସାମିଲ ହେବାକୁ ବାୟୁସେନାକୁ କହିଥିଲେ ପ୍ରଧାନମନ୍ତ୍ରୀ । ବାୟୁସେନା ଏୟାରକ୍ରାଫ୍ଟ ସାଙ୍ଗରେ ଟେଣ୍ଚ, ବ୍ଲାଙ୍କେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ସାଙ୍ଗରେ ଧରି ବାହାରିଛି । ଅଧିକରୁ ଅଧିକ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଭାବରେ ଭାରତ ଫେରାଇ ଆଣିବା ଦିଗରେ କାମ କରୁଛନ୍ତି କେନ୍ଦ୍ର ସରକାର । ୨୪ ତାରିଖରେ ୟୁକ୍ରେନ୍-ରୁଷ ଭିତରେ ଆରମ୍ଭ ହୋଇଥିଲା ଯୁଦ୍ଧ । ତାପରେ ୨୬ ତାରିଖରେ ଅପରେସନ୍ ଗଙ୍ଗାରେ ପ୍ରଥମ ବିମାନ ୨୧୯ ଜଣଙ୍କୁ ନେଇ ଭାରତରେ ପହଞ୍ଚିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: