ତାଞ୍ଜାନିଆ ଭାଇ-ଭଉଣୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ତାଞ୍ଜାନିଆ ଭାଇ-ଭଉଣୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ : ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ତାଞ୍ଜାନିଆର ଭାଇ ଭଉଣୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କୀ ବାତ୍ ରେ ସୋସିଆଲ ମିଡିଆ ଷ୍ଟାର କିଲି ଏବଂ ତାଙ୍କ ଭଉଣୀ ନିମା ପଲଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତୀୟ ଗୀତକୁ ନେଇ ଦୁହିଁଙ୍କ ବେଶ୍ ଭଲପାଇବା ଓ ଆନ୍ତରିକତା ରହିଛି। ଏଥିପାଇଁ ସେ ଲୋକପ୍ରିୟ ହୋଇପାରିଛନ୍ତି । ସୂଚନା ମୁତାବକ, ତାଞ୍ଜାନିଆର କିଲି ଏବଂ ନିମା ବଲିଉଡ୍ ଲୋକପ୍ରିୟ ଗୀତଗୁଡିକୁ ଗୁଣୁଗୁଣୁ ହୋଇ ଗାଇ ଭାରତୀୟ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ନିକଟରେ ଭାରତୀୟ କୂଟନୀତିଜ୍ଞ ବିନୟା ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚ ଆୟୋଗର କାର୍ଯ୍ୟାଳୟ ପରିଦର୍ଶନ କରିବା ସମୟରେ ସେଠାରେ କିଲିଙ୍କୁ ଭେଟିବା ସହ ତାଙ୍କୁ ସମ୍ମାନିତ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: