ୟୁଜି-ପିଜି ପରୀକ୍ଷା ହେବ, କେମିତି ଜାଣନ୍ତୁ…

ୟୁଜି-ପିଜି ପରୀକ୍ଷା ହେବ, କେମିତି ଜାଣନ୍ତୁ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଜେବି କଲେଜରେ ଅନଲାଇନରେ ହେବ ଅଣ୍ଡର ଗ୍ରାଜୁଏଟ ତଥା ୟୁଜି ପରୀକ୍ଷା। ଚଳିତ ବର୍ଷ ୟୁଜି ପରୀକ୍ଷାକୁ ଅନଲାଇନ୍ ପଦ୍ଧତିରେ କରିବାକୁ ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବବିଦ୍ୟାଳଯ ଅଧ୍ୟକ୍ଷା ସୁପ୍ରଭା ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସେହିପରି ରମାଦେବୀ ବିଶ୍ବବିଦ୍ୟାଳୟରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ହେବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା । ଛାତ୍ରଛାତ୍ରୀମାନେ ପସନ୍ଦ ମୁତାବକ ଅନଲାଇନ୍ କିମ୍ବା ଅଫଲାଇନରେ ପରୀକ୍ଷା ଦେଇପାରିବେ। ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା ହେବା ନେଇ ବିଶ୍ବବିଦ୍ୟାଳୟ କୁଳପତି ସୂଚନା ଦେଇଛନ୍ତି।

କଟକ ସ୍ଥିତ ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଏସବୁ ପରୀକ୍ଷା ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ହେବ ଓ ପରୀକ୍ଷାସୂଚୀ ଖୁବଶୀଘ୍ର ଜାରି କରାଯିବ ବୋଲି ରେଭେନ୍ସାର ପରୀକ୍ଷା ନିୟନ୍ତ୍ରକ ନୋଟିସ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ଆୟୋଜନ କରାଯିବ । ୪ର୍ଥ ସେମିଷ୍ଟରର ଛାତ୍ରଛାତ୍ରୀମାନେ ନିଜର ବ୍ୟାକ ପେପର ଓ ବାକିଥିବା ପେପର ପରୀକ୍ଷା ମଧ୍ୟ ଦେଇପାରିବେ । ଖୁବଶୀଘ୍ର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯିବ । ଆସନ୍ତା ସେପ୍ଟେମ୍ବର ୩୦ ମଧ୍ୟରେ ସମସ୍ତ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ ଗତକାଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଥିଲା ।

%d bloggers like this: