‘ମୋଦିଙ୍କ ଦ୍ୱାରା କରାଯାଇଥିବା ବିପର୍ଯ୍ୟୟରେ ଦେଶ ଫସିଛି’

‘ମୋଦିଙ୍କ ଦ୍ୱାରା କରାଯାଇଥିବା ବିପର୍ଯ୍ୟୟରେ ଦେଶ ଫସିଛି’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧି କୋରୋନା, ଅର୍ଥନୀତି ଏବଂ ଚୀନ ସେନା ଭାରତୀୟ ସୀମାକୁ ପ୍ରବେଶ କରିବା ପ୍ରସଙ୍ଗରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଟ୍ୱିଟ୍ କରି ରାହୁଲ କହିଛନ୍ତି, ଭାରତ ମୋଦି ମେଡ୍ ଡିଜାଷ୍ଟର୍ସ (ମୋଦିଙ୍କ ଦ୍ୱାରା କରାଯାଇଥିବା ବିପର୍ଯ୍ୟୟ) ଭିତରେ ଫସି ରହିଛି।

ରାହୁଲ ଏମିତି ୬ଟି ପ୍ରସଙ୍ଗ ଉପରେ କହିଛନ୍ତି…
୧) ଜିଡିପିରେ ଐତିହାସିକ ୨୩.୯ ପ୍ରତିଶତ ହ୍ରାସ
୨) ୪୫ ବର୍ଷରେ ସବୁଠୁ ଅଧିକ ବେକାରୀ
୩) ୧ କୋଟି ଲୋକଙ୍କ ନିଯୁକ୍ତି ନାହିଁ
୪) ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର ବଳକା ଜିଏସଟି ପମେଣ୍ଟ କରିନାହାନ୍ତି
୫) କୋରୋନାରେ ସବୁଦିନ ମାମଲା ଓ ମୃତ୍ୟୁସଂଖ୍ୟା ବୃଦ୍ଧି
୬) ଆମ ସୀମାରେ ବାହାର ଦେଶର ପ୍ରବେଶ

ତିନି ଦିନ ପୂର୍ବରୁ ମଧ୍ୟ ରାହୁଲ ସରକାରଙ୍କ ଉପରେ ନିଶାନା ସାଧିଥିଲେ
କଂଗ୍ରେସ ନେତା ଅଗଷ୍ଟ ୩୦ରେ ଏକ ଭିଡିଓ ରିଲିଜ କରି କହିଥିଲେ, ଭାରତୀୟ ଅର୍ଥବ୍ୟବସ୍ଥା ୪୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏତେ ପରିମାଣରେ ହ୍ରାସ ପାଇଛି। ଅସତ୍ୟାଗ୍ରହୀମାନେ ଏହାକୁ ଭଗବାନଙ୍କ ଉପରକୁ ଦୋଷ ଠେଲୁଛନ୍ତି। ବିମୁଦ୍ରୀକରଣ, ଜିଏସଟି, ଲକଡାଉନ ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ଏହାର ପ୍ରମୁଖ କାରଣ ଅଟେ।

%d bloggers like this: