ଯାଆଁଳା ଶିଶୁ ଭାବି ୯ ମାସ ଧରି ୩ ଜଣଙ୍କ ଖାଦ୍ୟ ଖାଉଥିଲେ ମହିଳା, ପ୍ରସବ ପରେ ଘଟିଲା କିଛି ଏଭଳି ବିସ୍ମୟକର ଘଟଣା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୌଣସି ମହିଳାଙ୍କ ପାଇଁ ସନ୍ତାନ ଜନ୍ମ କରିବା ହେଉଛି ସବୁଠାରୁ ସୁଖଦ ଅନୁଭବ। କିନ୍ତୁ ଯଦି ଏହି ଅନୁଭବ ବିସ୍ମୟରେ ପରିଣତ ହୋଇଯାଏ? ହଁ ସେମିତି ଏକ ବିସ୍ମୟକର ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି। ଏଠାରେ ଯେତେବେଳେ ଜଣେ ୨୧ ବର୍ଷିୟ ମହିଳା ସନ୍ତାନ ଜନ୍ମ ଦେଇଥିଲେ, ସେତେବେଳେ ସେ ଓ ତାଙ୍କ ପରିବାର ଲୋକ ତାର ଆକାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ମହିଳା ନୁହଁନ୍ତି ତାଙ୍କୁ ପ୍ରସବ କରାଇଥିବା ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ଅନୁଭବ କରିଥିଲେ ଯେ ମହିଳାଙ୍କ ଗର୍ଭରେ ଯାଆଁଳା ଶିଶୁ ଅଛନ୍ତି ବୋଲି, କିନ୍ତୁ ବାସ୍ତବରେ ମାତ୍ର ଗୋଟିଏ ମୋଟା ଶିଶୁକୁ ଦେଖି ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲ।


ଘଟଣାଟି ବ୍ରିଟେନର ଅକ୍ସଫୋର୍ଡଶାୟାରରୁ ସମ୍ନାକୁ ଆସିଛି। ଏଠାରେ ରହୁଥିବା ୨୧ ବର୍ଷୀୟ ଏମ୍ବର କାମ୍ବରଲ୍ୟାଣ୍ଡ ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଥିଲେ। ଏହି ସମୟରେ ତାଙ୍କ ପେଟ ଯେଉଁ ପରି ଫୁଲିଥିଲା ତାହା ଦେଖି ସମସ୍ତେ ଭାବିଲେ ଯେ ଏମ୍ବରଙ୍କ ପେଟରେ ଯାଆଁଳା ଶିଶୁ ଅଛନ୍ତି । କିନ୍ତୁ ଯେତେବେଳେ ପିଲାଟି ଜନ୍ମ ହେଲା, ସମସ୍ତଙ୍କ କଳ୍ପନା ଭୁଲ୍ ପ୍ରମାଣିତ ହୋଇଥିଲା ।

ଏମ୍ବରଙ୍କ ପ୍ରସବ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶିଶୁର ଓଜନ ୫ କିଲୋ ୮୦୦ ଗ୍ରାମ ଥିଲା, ଯାହାକି ସାଧାରଣ ଭାବେ ୩ ରୁ ୩.୫ କିଲୋ ରହିବା ଉଚିତ୍। ଏହା ବ୍ରିଟେନର ଦ୍ୱିତୀୟ ମୋଟା ଶିଶୁ କନ୍ୟା ଆଖ୍ୟା ପାଇଛି । ଜନ୍ମ ପରେ ଶିଶୁ କନ୍ୟାର ଆକାର ଦେଖି ସମସ୍ତେ ଚକିତ ହେବା ସହ ଭୟ କରିଥିଲେ । ଏହାପୂର୍ବରୁ ୨୦୧୨ ମସିହାରେ ବ୍ରିଟେନର ଆଉ ଜଣେ ମହିଳା ସବୁଠୁ ମୋଟା ଶିଶୁକୁ ଜନ୍ମ ଦେଇଥିଲେ। ତାର ଓଜନ ଜନ୍ମ ସାଢ଼େ ୬ କିଲୋ ଥିଲା । ଏମ୍ବର ତାଙ୍କ ରେକର୍ଡ ଭାଙ୍ଗି ପାରିଲେ ନାହିଁ । ତେବେ ନିଜ ପେଟରେ ଯାଆଁଳା ଶିଶୁ ଭାବି ମହିଳା ଜଣକ ସେଇ ଅନୁସାରେ ପ୍ରାୟ ୯ ମାସ ଭୋଜନ, ଔଷଧ ଗ୍ରହଣ କରୁଥିଲେ।

Leave a Reply

Your email address will not be published. Required fields are marked *