ମିନି ଚୀନ, ଭାରତୀୟଙ୍କୁ ଯିବା ପାଇଁ ଲାଗେନି ଭିସା, ବଙ୍ଗଳା କୁହନ୍ତି ଚାଇନାର ଲୋକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଯଦି ଆପଣଙ୍କୁ କୁହାଯାଏ ଯେ ଭାରତରେ ଚୀନ୍ ରହିଛି ଏବଂ ଯେଉଁଠାକୁ ଆପଣଙ୍କୁ ଯିବାକୁ ଭିସା ଦେବାକୁ ପଡିବ ନାହିଁ? ଆପଣ ଏହାକୁ ବିଶ୍ବାସ କରି ପାରିବେନି ନିଶ୍ଚୟ। କିନ୍ତୁ ଏମିତି ଏକ ଚାଇନା ଟାଉନ ବେଙ୍ଗଲରେ ରହିଛି। ପଶ୍ଚିବଙ୍ଗର ରାଜଧାନୀ କୋଲକାତାରେ ଅବସ୍ଥିତ ଚାଇନା ଟାଉନ୍ ନିର୍ବାଚନ ସହ ବେଶ ପ୍ରସିଦ୍ଧ ହୋଇଯାଇଛି। ଏଠାରେ ଚୀନର ଲୋକମାନେ ବସବାସ କରନ୍ତି। ସବୁଠୁ ବଡ କଥା ହେଉଛି ରାଜନୈତକ ଦଳମାନେ ଏଠାରେ ରହିଥିବା ଚୀନ୍ ଲୋକଙ୍କୁ ନିର୍ବାଚନରେ ଭାଗ ନେବାକୁ ଚୀନ୍ ଭାଷାରେ ପ୍ରଚାର କରିଥିଲେ । ଭାରତର ଏହି ଚାଇନା ସହର ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ । ଭାରତରେ ସ୍ଥାପିତ ଏହି ମିନି ଚୀନର ଇତିହାସ ବହୁତ ପୁରୁଣା।


ଏହି ଲୋକମାନେ ଚାଇନାରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ମାଧ୍ୟମରେ ଆସି ଭାରତରେ ଅବସ୍ଥାନ କରିଥିଲେ, ରୋଜଗାରର ସୁଯୋଗ ଖୋଜୁଥିଲେ, କୋଲକାତାରେ ରହିଥିଲେ। ଏଠାରେ ଏକ ସମୟ ଥିଲା ୫୦ ହଜାରରୁ ଅଧିକ ଚାଇନିଜ୍ ରହୁଥିଲେ । ବର୍ତ୍ତମାନ ସେହି ଚାଇନିଜମାନେ ଯେଉଁମାନେ କି ଭାରତୀୟ ନାଗରିକତା ଗ୍ରହଣ କରିଛନ୍ତି । ସେମାନେ ବିଭିନ୍ନ ରାଜ୍ୟ ତଥା ବିଦେଶରେ ବସବାସ କରିଛନ୍ତି। ଏବେ ସେମାନଙ୍କ ସଂଖ୍ୟା ୨୦୦୦ରେ ପହଞ୍ଚିଛି ।
ତେବେ ଏହି ଚାଇନା ଟାଉନରେ ରହୁଥିବା ଲୋକଙ୍କ ପାଇଁ ସବୁ ଠାରୁ ବଡ଼ ସମସ୍ୟା ହେଉଛି ସେମାନଙ୍କର ପରିଚୟ ରକ୍ଷା କରିବା । ଏହି ମିନି ଚାଇନାରେ ରହୁଥିବା ଲୋକମାନେ ଚାଇନିଜ୍ ଭାଷା ଜାଣନ୍ତି ନାହିଁ। ସେମାନେ କୁହନ୍ତି ଯେ, ଏତେ ବର୍ଷ ପର୍ଯ୍ୟନ୍ତ ନିଜ ଦେଶଠାରୁ ଦୂରରେ ଥିବାବେଳେ ସେମାନେ ଚାଇନିଜ୍ ଭାଷା ଜାଣନ୍ତି ନାହିଁ। ଏହି ଲୋକମାନେ ବଙ୍ଗଳା ଭାଷାକୁ ଅତି ସହଜରେ କୁହନ୍ତି । ୨୦୨୧ ବେଙ୍ଗଲ ନିର୍ବାଚନରେ ଅନେକ ରାଜନୈତିକ ଦଳ ଏହି ଲୋକମାନଙ୍କୁ ଟାର୍ଗେଟ୍ କରିଥିଲେ। ଏଠାରେ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଚାଇନିଜ୍ ଭାଷାରେ ପ୍ରଚାର କରିବା ସହ ହୋର୍ଡିଂ ଏବଂ ପାମ୍ପଲେଟ୍ ଚାଇନିଜ୍ ଭାଷାରେ ମୁଦ୍ରିତ କରିଥିଲେ।

Leave a Reply

Your email address will not be published. Required fields are marked *