ଯାତ୍ରୀଙ୍କ ଉପରେ ପଡିବନି ମହଙ୍ଗା ମାଡ; ଭାଇରାଲ ଖବର ମିଛ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ; ପୁଣି ରେଳ ଭଡା ବଢାଉଛି  ରେଳ ମନ୍ତ୍ରଣାଳୟ। ଏଭଳି ଏକ ମିଛ ଖବର କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରେଳ ଭଡ଼ା ନେଇ ସେମିତି କିଛି ଅର୍ଡର ଜାରି କରାଯାଇନାହିଁ ବୋଲି ରେଲୱେ ସ୍ପଷ୍ଟ କରିଛି ।

ଭାଇରାଲ ହେଉଥିବା ଖବରରେ ଦାବି କରାଯାଇଥିଲା ଯେ, ଆଜିଠାରୁ (୬ ଜାନୁଆରୀରୁ) ଯାତ୍ରୀଙ୍କ ଉପରେ ପଡିବ ମହଙ୍ଗା ମାଡ। ଦେଶର ସମସ୍ତ ଟ୍ରେନ ନୁହେଁ ବରଂ କିଛି ନିଦ୍ଧିଷ୍ଟ ଟ୍ରେନର ଭଡା ବଢୁଥିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଥିବା ଦାବି କରାଯାଇଥିଲା ।

କରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୨ରୁ ଯାତ୍ରୀ ପରିବହନ ଉପରେ ରୋକ ଲଗାଇଥିଲା ରେଳ ମନ୍ତ୍ରଣାଳୟ। ତେବେ ଏହାରି ମଧ୍ୟରେ ଅନେକ ସ୍ଥାନକୁ ଟ୍ରେନ ଚଳାଚଳ ଆରମ୍ଭ କରିଛି। ତେବେ ସଂରକ୍ଷଣ ବଗିରେ ଯାତ୍ରୀମାନେ ଯାତ୍ରା କଲେ ସେମାନଙ୍କୁ ପୂର୍ବଅପେକ୍ଷା ଅଧିକ ଭଡା ଦେବାକୁ ବୋଲି ଜଣାଯାଇଛି।

%d bloggers like this: