କଟକକୁ ନାକେଦମ କଲାଣି ନକଲି ମାଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ; ଖାଇବା ତେଲ ହେଉ ଅବା ସୁସ୍ୱାଦୁ ଜଳଖିଆ ଓ ଅନ୍ୟ ଖାଦ୍ୟ ସାମଗ୍ରୀ । ସବୁଥିରେ ବ୍ୟବହାର ହେଉଛି ନକଲି ମାଲ୍ । ହଜାରେ ବର୍ଷର ସହର କଟକ ନଗରରେ ଏବେ କାୟା ମେଲାଉଛି ନକଲି  ସାମଗ୍ରୀର ବେପାର । ପ୍ରତିଦିନ ଗୋଟିଏ ଦୁଇଟି ନକଲି ମାଲ୍ ପ୍ରସ୍ତୁତ ହେଉଥିବା ଫ୍ୟାକ୍ଟ୍ରୀକୁ ଠାବ କରୁଛି ପୋଲିସ୍ । କେତେବେଳେ ଘିଅ, ତେଲ, ଅଟା ଓ ହଳଦି ତ ପୁଣି କେତେବେଳେ ଲଙ୍କା ଏପରିକି ପନୀର । ଆଉ ଏବେ କଟକ ପୋଲିସ ହାତରେ ଲାଗିଛି ଏକ ନକଲୀ ଚା ପ୍ରସ୍ତୁତ କରୁଥିବା ଫାକ୍ଟ୍ରୀ ।

https://twitter.com/PrismNewsOdisha/status/1346659429534453760

ସଦର ଥାନା ମୁକାମେଶ୍ୱର ଗାଁରେ ଏହି ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ହୋଇଛି । ପୋଲିସ ପକ୍ଷରୁ ରେଡ୍ ବେଳେ ବିପୁଳ ପରିମାଣର ଚା’ ପତି ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଜବତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଛି ସଦର ଥାନା ପୋଲିସ।

%d bloggers like this: